Breaking News

ଗୋଶାଳାରେ ଗହ୍ମାପୂର୍ଣ୍ଣମୀ ପର୍ବ ପାଳିତ

 
ସାକ୍ଷୀଗୋପାଳ ----- ପଟ୍ଟନାୟିକିଆ ଛକ ସ୍ଥିତ ବରାଳ ବାଲୁଙ୍କେଶ୍ୱର ଦେବ ଚ୍ୟାରିଟେବୁଲ ଟ୍ରଷ୍ଟ ଗୋଶାଳା ପରିସରରେ ରହିଥିବା ଗୋ ମାତାଙ୍କୁ ଗହ୍ମାପୂର୍ଣ୍ଣିମୀ ଅବସରରେ ପୂଜା କରାଯାଇଛି । ଆଜି ସକାଳୁ ଗୋଶାଳାର କର୍ମଚାରୀ ଓ ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନ  ଗାଇ ମାନଙ୍କୁ ହଳଦୀ, ତେଲ ଲଗାଇ ଗାଧୁଆ ପାଧୁଆ କରାଇ ସେମାନଙ୍କୁ  ସିନ୍ଦୁର ଲଗାଇ ନୂତନ ବସ୍ତ୍ର ପରିଧାନ କରାଇବା ସହ ରାକ୍ଷୀ ବନ୍ଦନ କରାଇଥିଲେ । ଏବଂ ଘାସ ,ଦାନା ଓ ନଡା ଖାଇବାକୁ ଦେଇ ପୂଜାର୍ଚ୍ଚନା କରିଥିଲେ । ମଧ୍ୟାହ୍ନରେ   ମିଠା, ପିଠା, ଭାତ , ଓ ତରକାରୀ ଭୋଗ କରାଇ ସେମାନଙ୍କୁ ଖାଇବାକୁ ଦେଇଥିବାର ଦେଖାଯାଇଥିଲା । ଗୋଶାଳା ଆରମ୍ଭ ହେବା ଦିନ ଠାରୁ ସଭାପତି ଶ୍ରୀ ପ୍ରଧାନ ଗହ୍ମାପର୍ବ ପାଳନ  କରି ଆସୁଛନ୍ତି । ଏ ବର୍ଷ ରାଜ୍ୟରେ କରୋନା ଯୋଗୁ ନିରାଡମ୍ବର ଭାବେ ପାଳନ କରାଯାଇଛି ।
 ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts