Breaking News

ସତ୍ୟବାଦୀରେ ୯ଜଣ କରୋନା ପଜେଟିଭି ଚିହ୍ନଟ

 ସାକ୍ଷୀଗୋପାଳ ------ପୁରୀ ଜିଲ୍ଲା ସତ୍ୟବାଦୀରେ ମହାମାରି କରୋନା ତାର କାୟା ବିସ୍ତାର କରି ଚାଲିଛି । ଏବେ ସଂଗରୋଧରୁ କରୋନା ପଜେଟିଭି ବାହାରିବା କମି ଗାଁ ଗଣ୍ଡାରେ ବ୍ୟାପିଛି । ସତ୍ୟବାଦୀରେ ୯ଜଣ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଭୁତୁପଡା ଗ୍ରାମର  ଦୁଇ ଜଣ ମହିଳା ଓ ଦୁଇଜଣ ପୁରୁଷ ବୋଲି ଜଣାପଡିଛି । ବ୍ଳକ ଛକ ନିକଟ ନୂଆଗାଁ ସିଡି ନିକଟରେ ଜଣେ ଗର୍ଭବତୀ ମହିଳା କରୋନା ପଜେଟିଭି ଚିହ୍ନଟ ହେବା ପରେ ତାଙ୍କୁ ତାଙ୍କ ନିଜ ଘରେ ସଂଗରୋଧରେ ରଖାଯାଇଥିବା ଜଣାପଡିଛି । ବିଶ୍ୱନାଥପୁର ଗ୍ରାମର ଜଣେ ମହିଳା, ସାରଙ୍ଗଯୋଡି ଗ୍ରାମର ଜଲେ ପୁରୁଷ ଲୋକାଲ, ଅଳଗୁମ ଗ୍ରାମ ପଞ୍ଚାୟତର ପୁରୀ ରୁ ପ୍ରତିଦିନ ଯିବା ଆସିବା କରୁଥିବା ପୁରଷ ଓ ମୂଳଅଳସା ଗ୍ରାମର ବଲାଙ୍ଗିରି ଫେରନ୍ତା କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଗର୍ଭବତୀ ମହିଳାଙ୍କୁ ଛାଡି ଅନ୍ୟ ଆଠ ଜଣଙ୍କୁ କାଦୁଆ ଠାରେ କରାଯାଇଥିବା କୋଭିଡ-୧୯  ଅସ୍ଥାୟୀ ଚିକିତ୍ସାଳୟରେ ରଖା ଯାଇ ସାକ୍ଷାଗେ।।ପଳ ମେଡିକାଲ ଇନିଚାର୍ଯ୍ୟ ବିଶ୍ୱଜିତି ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ ଚିକିତ୍ସା କରୁଥିବା ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର 

Blog Archive

Popular Posts