ସାକ୍ଷୀଗୋପାଳ ---- ରାଜ୍ୟରେ ମହାମାରି କରୋନା ଯୋଗୁ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇ ପଡି ରହିଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଖଣ୍ଡାୟତ ସାହିର ପ୍ରାଥମିକ ବିଦ୍ୟାଳୟ ପରିସର ଅନାବନା ଘାସରେ ପରିପୂର୍ଣ୍ଣ ହୋଇପଡିଛି । ଗ୍ରାମର କିଛି ଯୁବକ ମାନେ ୭୪ତମ ସ୍ୱାଧୀନତା ଦିବସରେ ମିଳିତ ହୋଇ ଖଣ୍ଡାୟତ ସାହି ପ୍ରାଥମିକ ବିଦ୍ୟାଳୟ ପରିସର ଓ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପରିସର ସଫେଇ କରାଯିବା ସହ କରୋନା ସମ୍ପର୍କରେ ଗ୍ରାମ ବାସୀଙ୍କୁ ସଚେତନତା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ମୂଳ ଅଳସା ଗ୍ରାମ ପଞ୍ଚାୟତର ମୋଟିଭେଟର ପୁଷ୍ପଲତା ବିଶ୍ୱାଳ, ଆଳିଶ ଗ୍ରାମ ପଞ୍ଚାୟତର ଯଯାତି କେଶରୀ ରାୟ, ମଧୁବନ ଗ୍ରାମ ପଞ୍ଚାୟତର ଉପେନ୍ଦ୍ର ପଣ୍ଡା ଓ ମମତା ବାରିକ, ଅଳଗୁମ ଗ୍ରାମ ପଞ୍ଚାୟତର ମୋଟିଭେଟର ପ୍ରଶାନ୍ତ କୁମାର ବିଶ୍ୱାଳ, ଶୁକୁଳ ଗ୍ରାମ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ କମିଟି ସଭ୍ୟ ଅଜୟ ବିଶ୍ୱାଳ, ନୃସିଂହ ବିଶ୍ୱାଳ ପ୍ରମୁଖଙ୍କ ଉପସ୍ଥିତିରେ ସାମାଜିକ ଦୁରତା ରକ୍ଷା କରିବା, ମୁହଁରେ ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ଅତି ଜରୁରୀ କାମ ଥିଲେ ବାହାରକୁ ବାହାରିବା ଆଦି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହିପରି ବିଭିନ୍ନ ଗ୍ରାମ ପଞ୍ଚାୟତରେ ସଫେଇ ଓ ସଚେତନତା କରାଯିବ ବୋଲି ଆଳିଶ ଗ୍ରାମ ପଞ୍ଚାୟତର ମୋଟିଭେଟର ଯଯାତି କେଶରୀ ରାୟଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି