Breaking News

କଣ୍ଟେନମେଣ୍ଟ ଜୋନରୁ ଆସି ଦେକାନ ବଜାର ଖୋଲିଲେ

ସାକ୍ଷୀଗେ।।ପଳ ----- ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏପରିକି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ଶୁକ୍ରବାର ୫ ଜଣ ଲୋକାଲ କରୋନା ପଜେଟିଭି ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୋପାଳପୁର ପାଟଣା ଗ୍ରାମରୁ ଜଣେ କରୋନା ପଜେଟିଭି ବାହାରିବା ପରେ ଉକ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରି ପ୍ରବେଶ ପଥ ସିଲ କରାଯାଇଥିଲା । ମାତ୍ର ସ୍ଥାନୀୟ ଗ୍ରାମର ଅଞ୍ଚଳର ଲୋକମାନେ କୋଭିଡ- ୧୯ ଆଇନକୁ ନ ମାନି ତଥା କଣ୍ଟେନମେଣ୍ଟ ଜୋନ ନ ମାନି ଦୋକାନ ବଜାର ଖୋଲିବା ସହ ବଜାରରେ ବୁଲୁଛନ୍ତି । ଯାହାକି କରୋନା ସଂକ୍ରମଣ ହେବାର ସମ୍ଭାବନ ରହିଛି ବୋଲି ଜଣେ ଡାକ୍ତର କହନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଜନସାଧାରଣରେ ଦାବି ହେଉଛି ।  
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts