ଦାରୁ ଦେବତାଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ ---- ପୁରୀ ଜିଲ୍ଲାର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆମେ ଶ୍ରୀକ୍ଷେତ୍ରବାସୀ ଅନୁଷ୍ଠାନ ପକ୍ଷରୁ ଦାରୁ ଦେବତାଙ୍କ ପାଇଁ ଗଛଟିଏ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫନି ବାତ୍ୟାରେ ପୁରୀ ଜିଲ୍ଳାରେ ବହୁ ବଡ ବଡ ବୃକ୍ଷରାଜ ଭାଙ୍ଗି ପଡିଥିଲେ । ଏହାକୁ ଲକ୍ଷ୍ୟ କରି ଆମେ ଶ୍ରୀକ୍ଷେତ୍ରବାସୀ ଅନୁଷ୍ଠାନ ପୁରୀ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକମ ହାତକୁ ନେଇଛି । ଏହି ଅବସରରେ ଓଡିଶା ଚାରୁ ଓ କାରୁ କଳାକାର୍ଯ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ମାଧବ କର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ସଦସ୍ୟ ସତ୍ୟନାରାୟଣ ସାହୁଙ୍କ ତତ୍ୱବଧାନରେ ବୀରହରେକୃଷ୍ଣପୁର ସ୍ଥିତ ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଅତିଥିଙ୍କ ଦ୍ୱାରା ଜୟୀ ରାଜଗୁରୁ ୟୁଥ ଆସୋସିଏସନକୁ ସବୁଜ ସଂଗ୍ରାମୀ ସମ୍ମାନରେ ସମ୍ମାନୀତ କରାଯାଇଛି । ପରେ ପରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପ୍ରିତିମ ଦାସ, ଅମର ବାରିକ ଓ ଶ୍ରିପଦା ସାମନ୍ତରାୟଙ୍କ ସହିତ ଜୟୀ ରାଜଗୁରୁ ୟୁଥ ଅରାସୋସିଏସନ ର ସଭାପତି ଶକ୍ତି ପ୍ରସାଦ ମିଶ୍ର, ସମ୍ପାଦକ ରାକେଶ ରଥ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।