Breaking News

ଇଣ୍ଡିକା କାର୍ ସହ ବିପୁଳ ପରିମାଣର ବିଦେଶୀ ମଦ ଜବତ,ଦୁଇ ଗିରଫ



 ବାଲିଅନ୍ତା---- ବାଲିଅନ୍ତା ପୋଲିସ ଥାନା ଅନ୍ତର୍ଗତ ମହାତ୍ମା ସେତୁ ନିକଟରୁ ପୋଲିସ ଗାଡି ମଟର ଯାଞ୍ଚ କରିବା ସମୟରେ ଏକ ଇଣ୍ଡିକା କାରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ବାଲିଅନ୍ତା ଥାନା ଅଧିକାରୀ ପ୍ରଦିପ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ପ୍ରଫୁଲ୍ଲ କୁମାର ସାହୁ ଏବଂ ଏଏସଆଇ ଅରୁଣ କୁମାର ମଲ୍ଲିକ ମହାତ୍ମା ସେତୁ ନିକଟରେ ଶୁକ୍ରବାର ସକାଳ ୧୦.୩୦ ବେଳେ ଯାତାୟାତ କରୁଥିବା ସମସ୍ତ ଗାଡି ଯାଞ୍ଚ କରିଥିଲେ । ଭୁବନେଶ୍ୱର ପଟରୁ ଏକ ଇଣ୍ଡିକା କାର ନମ୍ବର ଓଆର୍୦୫ଏକ୍ସ୍୦୯୨୭  ଆସିଥିଲା । ସେଥିରେ ଏହି ଥାନା ଅନ୍ତର୍ଗତ ଜୟରଶାସନ ଗ୍ରାମର ଅଶୋକ କୁମାର ଦାସ (୪୪) ଏବଂ କଟକ ସଦର ଥାନା ଅନ୍ତର୍ଗତ ଈଶ୍ବରପୁର ଗ୍ରାମର ସୋମରେନ୍ଦ୍ର ସାହୁ (୩୯), ୧୯୨ ବୋତଲ ନଂ-୧ ,୭୨ ବୋତଲ ବିୟର,୯୬ ବୋତଲ ସମେତ ଦୁଇଟି ମୋବାଇଲ ଫୋନ ପୋଲିସ ଜବତ କରିଛି । ଏନେଇ ବାଲିଅନ୍ତା ଥାନା କେସନଂ  ୧୬୬/୨୦ ଏକ ମାମଲା ରୁଜ୍ଜୁ କରି ଅବକାରୀ ଆଇନ ଅନୁଯାୟୀ ଦଫା ୨୬୯/୨୭୦/୩୪ ଲଗାଇ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts