୨୦ ଜଣଙ୍କର ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ୱର ଗଲା
ଡେଲାଙ୍ଗ ----ସୋମବାର ଦିନ ଡେଲାଙ୍ଗରେ ୧୨୪ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ଆଣ୍ଟିଜେନ ପରୀକ୍ଷାରେ ୧୦୪ ଜଣଙ୍କର ନେଗେଟିଭ ଆସିଛି । ଅନ୍ୟ ୨୦ ଜଣଙ୍କର ସ୍ୱାବ ଭୁବେଶ୍ୱର ଲ୍ୟାବକୁ ପଠାଯାଇଥିବା ଜଣାପଡିଛି । ଡେଲାଙ୍ଗ ବ୍ଳକରେ ୧୭ ତାରିଖ ସୁଦ୍ଧା ୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦୀଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି