ବର୍ଷ ବର୍ଷର ପରମ୍ପରାକୁ ବଦଳାଇଦେଲା ମହାମାରୀ କରୋନା ; ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ବନ୍ଦ
ଜଟଣୀ --ମହାମାରୀ କରୋନା ସାରାବିଶ୍ୱକୁ ସ୍ତବ୍ଧ କରିଦେଇଛି । ତେବେ ଏଥିରେ ଖୋର୍ଦ୍ଧା ଜିଲ୍ଲା କରୋନା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିସାରିଛି । ତେଣୁ ଏହି ପରିପ୍ରେକ୍ଷୀରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଚଳିତ ବର୍ଷ ବନ୍ଦ ରହିବ ବୋଲି ଭୁବନେଶ୍ୱର କମିସନରେଟ ପୋଲିସ ସୂଚନା ଦେଇଛି । ତେବେ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ହୃଦୟକୁ ଲାଠୋରଘାଟ ହେବା ସହିତ ବର୍ଷ ବର୍ଷର ପରମ୍ପରାକୁ ବଦଳାଇ ଦେଇଛି କରୋନା ବୋଲି କୁହାଯାଇଛି । ଏହି ପୂଜାରେ ପ୍ରତିବର୍ଷ ସହ ସହ ବ୍ୟବସାୟୀ କୋଟି କୋଟି ଟଙ୍କା ବ୍ୟବସାୟ କରୁଥିବା ବେଳେ ସେମାନଙ୍କ ବ୍ୟବସାୟକୁ ବନ୍ଦ କରିଦେଇଛି ମହାମାରୀ କରୋନା । ଜଟଣୀରେ ତେରଟି ମୁଖ୍ୟ ପୂଜା ମଣ୍ଡପକୁ ଛାଡିଦେଲେ ମୋଟ ଛୋଟବଡ଼ ହୋଇ ଦୁଇଶହ ମଣ୍ଡପରେ ପୂଜା ପାଇଥାନ୍ତି ଗଜାନନ । ହେଲେ ଏସବୁକୁ ଫିକା ପକାଇଛି କରୋନା । ମାତ୍ର ପରମ୍ପରାକୁ ବଜାଇ ରଖିବାପାଇଁ କେତକ ବ୍ୟବସାୟ ପ୍ରତିଷ୍ଠାନ ଏବଂ ଘରୋଇ ବ୍ୟକ୍ତିମାନେ ଲଘୁ ଆୟୋଜନରେ ଛୋଟିଆ ମୃଣ୍ମୟ ମୂର୍ତ୍ତି ପୂଜା କରାଯିବାପାଇଁ ନିଷ୍ପତି ନେଇଛନ୍ତି । ଅନ୍ୟ ପକ୍ଷରେ ପ୍ରତିବର୍ଷ ଭଳି ମୃଣ୍ମୟ ମୂର୍ତ୍ତି ନିର୍ମାଣପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶିଳ୍ପୀମାନେ ଜଟଣିକୁ ଆସିଥାନ୍ତି ମାତ୍ର ଚଳିତ ବର୍ଷ ଏହାର ଏକ ଚତୁର୍ଥାଂଶ ଶିଳ୍ପୀ ଜଟଣୀକୁ ଆସିଥିବା ଜଣା ପଡିଛି । ବର୍ତମାନ ସମୟରେ ଶିଳ୍ପୀ ମାନଙ୍କର ନିଖୁଣ ନିର୍ମାଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ଜଟଣୀର ବ୍ୟବସାୟୀମାନେ ଦୋକାନକୁ ସାମଗ୍ରୀ ମଧ୍ୟ ମଗାଇନାହାନ୍ତି । ଫଳରେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଦୋଡଲ୍ୟମନରେ ରହିଛି ବୋଲି ଚର୍ଚ୍ଚା ହୋଇଛି ।
ଜଟଣୀରୁ -ରଙ୍ଗନାଥ ବେହେରା