ମଟର ସାଇକେଲ ପଛକୁ ଧକ୍କା ଦେଇ କାର ରୋଡ ଡିଭାଇଡ ଉପରେ ଚଡିଗଲା
ସାକ୍ଷୀଗୋପାଳ ----- ଭୁବନେଶ୍ୱର- ପୁରୀ ୩୧୬ ଜାତୀୟ ରାଜପଥର କାଦୁଆ ଛକ ନିକଟରେ ଏକ ମଟର ସାଇକେଲକୁ ପଛକୁ ଧକ୍କା ଦେଇ କାର ରାସ୍ତାର ଡିଭାଇଡର ଉପରେ ଚଡିଗଲା । ଅଳ୍ପକେ ବତ୍ତିଗଲେ ମଟର ସାଇକେଲ ଚାଳକ । ସୁଚନା ଯୋଗ୍ୟ ଯେ ସାତଶଙ୍ଖ ନାଲିଅଣା ଗ୍ରାମର ହେମନ୍ତ ବେହେରା (୨୬) ଛେନା ନେଇ ସାକ୍ଷୀଗୋପାଳ ଆସୁଥିଲେ । କାଦୁଆ ଛକ ଠାରେ ଓଡି, ୦୨, ବିଇ- ୬୨୫୭ କାରଟି ତାଙ୍କୁ ପଛରୁ ପିଟିଥିଲା । ହେମନ୍ତ ମଟର ସାଇକେଲ ସହିତ ଛିଟିକି ରାସ୍ତା ଉପରେ ପଡିଥିବା ବେଳେ କାରଟି ଭାରସାମ୍ୟ ହରାଇ ରାସ୍ତା ମଧ୍ୟରେ ଥିବା ରୋଡ ଡିଭାଇଡର ଉପରେ ଚଡିଯାଇଛି । ହେମନ୍ତଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ଆଣିଛନ୍ତି । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ଜଦନ୍ତ ଜାରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି