ବାଲୁକାକଳା ମାଧ୍ୟମ ରେ ବାର୍ତା
ପୁରୀ---- ଭାରତ କ୍ରିକେଟ ଟିମ ପୂର୍ବତନ ଅଧିନାୟକ ତଥା ବିଶିଷ୍ଟ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଓ ଭାରତୀୟ ଦଳର ଆଉ ଜଣେ ଦକ୍ଷ ଖେଳାଳି ସୁରେସ ରାଇନା ଅନ୍ତର୍ଜାତୀୟ କ୍ରିକେଟ ରୁ ଅବସର ନେଇଛନ୍ତି। ତେବେ ତାଙ୍କର ଭାରତୀୟ କ୍ରିକେଟ ପ୍ରତି ଅବଦାନ ଓ ତାଙ୍କର ନିଆରା ଖେଳିବା ଶୈଳୀ ସବୁଦିନ କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ସ୍ମୃତି ହୋଇ ରହିବ ବୋଲି ବାଲୁକାକଳା ମାଧ୍ୟମ ରେ ବାର୍ତା ଦିଆଯାଇଛି। ଅଗାମୀ ଭବିଷ୍ୟତ ର ଶୁଭ କାମନା ବାଲୁକାକଳା ମାଧ୍ୟମରେ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ନିର୍ମିତ ଏକ ସୁନ୍ଦର ବାଲୁକାକଳା ବାର୍ତା ଦେଇ ଛନ୍ତି। ମହେନ୍ଦ୍ର ସିଂ ଧୋନୀ ଓ ସୁରେଶ ରାଇନା ଙ୍କ ପ୍ରତିକୃତି ସ୍ଥାନ ଦିଆଯାଇଛି ବାଲୁକାକଳା ରେ।
। ଏହି ଦୁଇ ଜଣ ମହାନ ଖେଳାଳି ଙ୍କ ଅବସରରେ ସମସ୍ତେ ତାଙ୍କର ଖେଳକୁ ମନେ ପକାଇବେ ବୋଲି ବାଲୁକାକଳା ରେ ବାର୍ତା ରହିଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ