ଡେଲାଙ୍ଗ---କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୁରତା ରକ୍ଷା କରିବା ସହ ମୁହଁରେ ମାସ୍କ ଲଗାଇ ରାଧା ମୋହନ ଦେବ ଉଚ୍ଚ ବିଦ୍ୟାପୀଠ ଗଙ୍ଗପୁରପାଟଣା, ଘୋରଡିଆ ଠାରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ରାଜ୍ୟରେ ମହାମାରୀ କରୋନା ଯୋଗୁ ବିନା ଛାତ୍ର ଛାତ୍ରୀରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧୁବ୍ର ଚରଣ ଛୋଟରାୟ ପତାକା ଉତ୍ତୋଳନ କରିଥିଲେ । ଶିକ୍ଷକ ଲଡୁ କିଶୋର ସାମନ୍ତସିଂହାର, କ୍ରୀଡା ଶିକ୍ଷକ ଆରତ ର୍ତ୍ତାଣ ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଲକ୍ଷ୍ମୀଧର ଜେନା, ଇଶାପା ଖାନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି