ଗୋ ଖାଦ୍ୟ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା
ସାକ୍ଷୀଗୋପାଳ--- ଭୁବନେଶ୍ୱର-- ପୁରୀ ୩୧୬ ନଂ ଜାତୀୟ ରାଜପଥର ସାକ୍ଷୀଗୋପାଳ ବ୍ଳକ ଛକ ଠାରୁ ଅଳ୍ପ ଦୁରରେ ରାସ୍ତା ତଳ ନୟନଜୋରକୁ ଓଲଟି ପଡିଛି । ଯାହାକି ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଗାଡିର ଡ୍ରାଇଭର । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୁଚନା ଯୋଗ୍ୟଯେ କଲିକତାରୁ ଗୋ ଖାଦ୍ୟ ନେଇ ଡ୍ୟୁବି- ୩୩- ଡି- ୯୦୭୧ ଟ୍ରକ ପୁରୀ ଅଭିମୁଖେ ଆସୁଥିଲା । ଭାରସାମ୍ୟ ହରାଇ ଟ୍ରକଟି ରାସ୍ତା ତଳ ନୟନଜୋରକୁ ଓଲଟି ପଡିଥବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି