ଗୋପ ଥାନା ଘେରାଉ ଚେତାବନୀ ଦେଲା କୋଣାର୍କ ମହିଳା ମହାସଂଘ
ପୁରୀ------ ପୁରୀ ଜିଲ୍ଲା ଗୋପ ବ୍ଳକ ରେଢ଼ୁଆ ଗାଁ ରେ ପୋଲିସ ଅଟକ ଘଟଣାକୁ ନେଇ ଗୋପ ପୋଲିସ ରାତି ଅଧିଆ ଚଢାଉ କରି ୧୯ଜଣ ମହିଳା ସହ ୯ ଜଣ ପୁରୁଷ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଆଉ ଦୁଇଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ନେଇ ଗୋପ ବ୍ଳକ ରେ ରାଜନୀତି ର ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ସିପିଆଇ ପରେ କଂଗ୍ରେସର ବିଧାୟକ ତାରାପ୍ରସାଦ ବାହିନୀପତି ବିଚାର ବିଭାଗ ଦାବି କରିଛନ୍ତି । କୋଣାର୍କ ମହିଳା ମହାସଂଘ ର ୮ ଜଣିଆ ଟିମ୍ ଗାଁର ସମସ୍ତଙ୍କୁ ପଚରାଉଚରା କରି ଯେଉଁ ଛୋଟ ଛୋଟ ପିଲାମାନଙ୍କ ମାଙ୍କୁ ଉଠାଇ ନେଇଛି ଗୋପ ପୋଲିସ ସେହି ପିଲାମାନଙ୍କୁ ବିସ୍କୁଟ ଓ ଅମୁଲ୍ଲ ପାଉଡର ଦେଇଥିବା ବେଳେ ସେମାନଙ୍କ ଗାଁରୁ ନେଇଥିବା ୩୩ଜଣଙ୍କୁ ପୋଲିସ ୧୦ଦିନ ମଧ୍ୟରେ ନ ଛାଡିଲେ ଆଗାମୀ ଦିନରେ ଗୋପ ଥାନା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।
ପୁରୀ ରୁ ଜୟନ୍ତ କୁମାର ସେଠୀ