୧୦୮ ଗାଡି ଯାଇ ପାରିଲା ନାହିଁ ; ଖଟିଆରେ ବୁହାହେଲେ ରୋଗୀ..
ବରଗଡ଼---- ରାଜ୍ୟରେ ୭୪ ତମ ସ୍ବାଧିନତା ଦିବସ ପାଳିତ ହେଉଛି । ପ୍ରକୃତ ପକ୍ଷେ ଦେଶ ସ୍ବାଧୀନତା ପାଇଛି ସତ ତଥାପି କିଛି ଗ୍ରାମ ରହିଛି ସ୍ବାଧୀନତା ର ୭୪ ବର୍ଷ ପରେ ବି ଗ୍ରାମକୁ ରାସ୍ତା ନାହିଁ । ଏହାଠାରୁ ଲଜ୍ଜା କର ଆଉ କିଛି ନାହିଁ । ରାସ୍ତା ନ ଥିବାରୁ ୧୦୮ ଗାଡି ଯାଇ ପାରିଲା ନାହିଁ। ଶେଷରେ ରୋଗୀ କୁ ଖଟରେ ବୁହା ହେଲା । ମେଡିକାଲ ରେ ପହଞ୍ଚିବା ଡେରି ହେବାରୁ ରୋଗୀ ର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହା ହେଉଛି ଖୋଦ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ନିର୍ବାଚନ ମଣ୍ଡଳୀ । ସୁଚନା ଯୋଗ୍ୟ ଯେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତର ମୁଖ୍ୟ ରାସ୍ତା । ଉକ୍ତ ପଞ୍ଚାୟତର କଁଟାତଳ ପଡ଼ାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଶୁକ୍ରବାର ପାଖାପାଖି ଦିନ ୯ଘଣ୍ଟା ସମୟରେ ପୂର୍ବରୁ କିଡନୀ ରୋଗରେ ପୀଡିତ ସେନାପତି ଝାଙ୍କର(୪୦ବର୍ଷ) ଗୁରୁତର ହେବାରୁ ତାଙ୍କୁ ମେଡିକାଲକୁ ନେବା ପାଇଁ ଚାହିଁଥିଲେ । ମାତ୍ର କଁଟାତଳ ପଡା ରାସ୍ତା ଆଣ୍ଠୁଏ କାଦୁଅ ହୋଇ ଅତି ଶୋଚନୀୟ ଅବସ୍ଥା ହୋଇ ପଡିଛି । ଏଥିଯୋଗୁଁ କଁଟାତଳକୁ ଗାଡି ଯାଇ ନ ପାରିବାରୁ ପ୍ରାୟ ୧କିଲୋମିଟର ରାସ୍ତା ଖଟିଆରେ ବୁହାହୋଇ ଗେଜୋ ଗୋଠ ଗାଁ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଏକ ବେସରକାରୀ ବୋଲେରୋ ସାହାଯ୍ୟରେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଚିକିତ୍ସା ହେଉଥିବା ବେଳେ ଝାଙ୍କରର ମୃତ୍ୟୁ ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଗ୍ରାମାଞ୍ଚଳ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିକାଶ ନାଁ ନେଇ ଡିଣ୍ଡିମ ବାଡେଇ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର । ଏବେ ବି ପଞ୍ଚାୟତ ରାସ୍ତାକୁ ବିକାଶ ଛୁଇଁ ପାରିନି ବୋଲି ଲୋକେ କହନ୍ତି। ଆଉ କେତୋଟି ସରପଞ୍ଚ ଗଲେ ଏହି ରାସ୍ତା ହେବ ଆମେ ଜାଣି ନାହୁଁ ବୋଲି ଲୋକେ କହନ୍ତି।ତେବେ ଦେଖାଯାଉ ଏହି ପଞ୍ଚାୟତ ରାସ୍ତା ପ୍ରତି ପ୍ରଶାସନର କେବେ ନିଦ ଭାଙ୍ଗୁଛି।
ବରଗଡ଼ ରୁ ନବୀନ ଦାଶଙ୍କ ରିପୋର୍ଟ