କୋଭିଡ-୧୯ ଆଇନ ଅମାନ୍ୟ କରି ଜନଗହଳି କରବା ଅଭିଯୋଗରେ ଥାନାରେ କେସରୁଜ
ସାକ୍ଷୀଗୋପାଳ --- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମରେ ଭଣ୍ଡ ତାନ୍ତ୍ରିକ ଓ ପଣ୍ଡିତ ମାନେ କୋଭିଡ-୧୯ ଆଇନକୁ ଆମନ୍ୟ କରି ଗୋଟିଏ ସ୍ଥାନରେ ଜନଗହଳି କରାଇଥିବା ଅଭିଯୋଗରେ ସତ୍ୟବାଦୀ ତହସିଲଦାର ମନୋଜ ନାୟକଙ୍କ ଲିଖିତ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ୨୮୨/୧୬/୮/୨୦୨୦ରିଖରେ ଏକ କେସ ରୁଜ ହୋଇଛି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଅଭିଯୋଗକୁ ଭିତ୍ତି କରି ରବିନ୍ଦ୍ର ପଣ୍ଡା ଓ ବଳଭଦ୍ର ପଣ୍ଡା ଅନ୍ୟମାନଙ୍କୁ ଗିରଫ କରିବା ସହ କୋଭିଡ-୧୯ଯୋଗୁ ଥାନାରୁ ଜାମିନ ପ୍ରଦନା କରିଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି