Breaking News

ଭାର୍ଗବୀରେ ବନ୍ୟ ଜଳ ପ୍ରବାହିତ; ନଦୀବନ୍ଦର ସୁରକ୍ଷା ପାଇଁ ବଳଙ୍ଗା ଜଳ ସେଚନ ବିଭାଗର ନୂତନ ନିୟମ ବାଲିବସ୍ତା ବଦଳରେ କିଆ ପଡିଲା

 ସାକ୍ଷୀଗୋପାଳ----- ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ  ହିରାକୁଦ ଡ୍ୟାମ ୨୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ସେଥିପାଇଁ ଭାର୍ଗବୀ ନଦୀରେ ଏହି ଜଳ ପ୍ରବାହିତ ହେଉଛି । ଯାହାକି କେତକ ଯାଗାରେ ନଦୀର କଣ୍ଡିଆ ଖାଉଥିବାରୁ ଉକ୍ତ ଯାଗରେ ନଦୀ ବନ୍ଦ ପ୍ରତି ବିପଦ ସୃଷ୍ଟି ହୋଇଛି । ବଳଙ୍ଗା ଚଳସେଚନ ବିଭାଗ ଏବେ ବନ୍ୟ ଜଳ ଓ ନଦୀ ବନ୍ଦର ସୁରକ୍ଷିତ ପାଇଁ ନୂତନ ନିୟମ ବାହାର କରିଛନ୍ତି । ନଦୀ ବନ୍ଦରେ ବାଉଁଶବହ୍ଳା ପୋତିବା ପରେ ସେଠାରେ ବାଲି ବସ୍ତା ଖଞ୍ଜା ଯାଇଥାଏ । କିନ୍ତୁ ବଳଙ୍ଗ ଜଳ ସମ୍ପଦ ଅଧିକାରୀ ସେଠାରେ ବାଲି ବସ୍ତା ଖଞ୍ଜିବା ଯ।।ଗରେ କିଆ ଗଦାଇଛନ୍ତି ।   ପ୍ରଥମ ବନ୍ୟାଜଳ ଆସିଥିବା ବେଳେ ବିଦ୍ୟାଧରପୁର ଗ୍ରାମ ମୁଣ୍ଡରେ ନଦୀ ବନ୍ଦ ଦୁର୍ବଳ ରହିଥିବା ଖବର ବିଭିନ୍ନ ଖବର କାଗଜରେ  ପ୍ରକାଶିତ ହୋଇଥିଲା ।  ଏବେ ନଦୀରେ ପାଣି ଆସିବାରୁ ବିଦ୍ୟାଧରପୁର ଗ୍ରାମ ସୀମା ମୁଣ୍ଡ ନଦୀ କଣ୍ଡିଆରୁ ଅତଡା ଖାଉଛି । ଏଥିପାଇଁ ବିଦ୍ୟାଧରପୁର, ସୁଆଣ୍ଡୋ, ବିଜିପୁର, ପାରକେଣା, ଡିହସାହି, ତଣ୍ଡୁଳସାହି, ପରଜାପଡା, ସୁଆଲୋ ବିଲିପଡା ଆଦି ଗ୍ରାମର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବଲଙ୍ଗା ଜଳ ସମ୍ପଦ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ବାଲି ବସ୍ତା ପକାଇବା ବଦଳରେ ସେଠାରେ ବାଉଁଶ ବଲ୍ଲା ପୋତାଯାଇ କିଆ ପକା ଯାଇଥିବାର ବଳରାମ ପ୍ରଧାନ, ଧୋଇଆ ବେହେରା, ରବୀନ୍ଦ୍ର ସ୍ୱାଇଁ, ବବୁଲ ପ୍ରଧାନ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ବିଭାଗୀୟ ଅଧିକାରୀ କହନ୍ତି ଯେ ବଳଙ୍ଗା ଠାରେ ନଦୀଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଭୟ ଭୀତ ହେବାର କିଛି ନାହିଁ ବୋଲି ବଳଙ୍ଗା ଜଳ ସମ୍ପଦ ବିଭାଗର ଅଧିକାରୀ ରାକେଶ କୁମାର ମଲ୍ଲିକ କହନ୍ତି । ସ୍ଥାନୀୟ ଲୋକମାନେ କହନ୍ତି ଯଦି ଭୟଭୀତ ହେବାର କିଛି ନାହିଁ ତା ହେଲେ ବିଭାଗୀୟ ଅଧିକାରୀ  ସେଠାରେ କାହିଁକି ବାଉଁଶବହ୍ଳା ପୋତି କିଆ ପକାଇଛନ୍ତି । ତୁରନ୍ତ ପୁରୀ ଜିଲ୍ଲାପାଳ ଏଥିପ୍ରତି ନଜର ଦେବାକୁ  ଗ୍ରାମବାସୀ ମାନେ ଦାବି କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts