Breaking News

ବ୍ରଜପାତରେ ଚାଷୀଙ୍କର ମୃତ୍ୟୁ

ସାକ୍ଷୀଗୋପାଳ ---  ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ୪ଂୱାର୍ଡ ବଡବିଲସାହି ଗ୍ରାମର  କୁମର ଓରଫ କମିନା ବାରିକ( ୬୦) ବର୍ଷ  । ନିଜ ଘର ପାଖ ବିଲରେ କାମ କରୁଥିବା ସମୟରେ ହଠାତ ବ୍ରଜପାତ ହେବାରୁ ସେ ତଳେ ପଡି ଯାଇଥିଲେ । ସଙ୍ଗେ ସଙ୍ଗେ ଲୋକମାନେ ବିଲରୁ ଟେକି କି ଘରକୁ ଆଣିଥିଲେ । ଚିକିତ୍ସା ପାଇଁ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । କିଛି ସମୟ ପରେ ପରିବାର ଲୋକମାନେ ପୁରୀ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।   ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଦିଆଯିବ ବୋଲି ଜଣାପଡିଛି । ଅନ୍ୟ ପକ୍ଷେ ମହାମାୟାସାହି ଠାକୁରାଣି ନିକଟରେ ବ୍ରଜପାତ ହୋଇ ନଡିଆଗଛ ଜଳି ଯାଇଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts