Breaking News

ପୂର୍ବତନ ସୈନିକଙ୍କର ହୃଦ ଘାତରେ ପରଲୋକ

ସାକ୍ଷୀଗୋପାଳ ---  ଚନ୍ଦ୍ରକୋର୍ଟ ଗ୍ରାମର ପୂର୍ବତନ ସୈନିକ୰ ଜିତେନ୍ଦ୍ର କୁମାର ପଟ୍ଟନାୟକଙ୍କର ହୃଦ ଘାତରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ସେ ଜଣେ ଧର୍ମପରାୟଣ, ସଚ୍ଚୋଟ, ମିଷ୍ଠାଭାଷି, ପରୋପକାରୀ, ବନ୍ଧୁବତ୍ସଳ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଆଖ ପାଖ ଗ୍ରାମର ବହୁ ଲୋକ ଶେଷ ଦର୍ଶନ କରିବା ପାଇଁ ତାଙ୍କ  ପଟ୍ଟନାୟିକିଆ ସ୍ଥିତ ଚନ୍ଦ୍ରକୋଟ  ବାସଭବନରେ ପହଞ୍ଚିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ସ୍ତରୀ, ପୁଅ ସନ୍ତୋଷ ପଟ୍ଟନାୟକ, ସମ୍ଭୁ ପଟ୍ଟନାୟକ ଭାଇ, ରବିନ୍ଦ୍ର ପଟ୍ଟନାୟକ, ଧିରେନ୍ଦ୍ର ପଟ୍ଟନାୟକ, ମନିନ୍ଦ୍ର ପଟ୍ଟନାୟକଙ୍କ ସହିତ , ଭାଇବୋହୁ, ପୁତୁରା, ଝିଆରୀ , ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ରହିଥିଲେ । ଶେଷରେ ଗ୍ରାମ ଶଶ୍ମାନରେ ବଡପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

Blog Archive

Popular Posts