ମନ୍ଦିର , ମଣ୍ଡପ, ବିଦ୍ୟାଳୟ ସହିତ ଯୁବକସଂଘ ଓ କୋଠଘର ବିଶୋଧନ କଲେ ଯୁବଗୋଷ୍ଠୀ
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମର କିଛି ଯୁବକ ମାନେ ମିଳିତ ହୋଇ ଚାରି ଖଣ୍ଡିରେ ଥିବା ୬ଟି ମନ୍ଦିର ବେଢ଼ା, ମଣ୍ଡପ, ଦୁଇଟି ବିଦ୍ୟାଳୟ, ଯୁବକସଂଘ ଘର, ସହିତ ଚାରି ଖଣ୍ଡିରେ ଥିବା ଚାରୋଟି କୋଠଘର ଓ ସାଧାରଣ ଲୋକ ମାନଙ୍କର ଚଳପ୍ରଚଳ କରୁଥିବା ଦେକାନ ଗୁଡିକ ସାନିଟାଇଜେସନ କରାଯାଇଛି । ସେହିପରି ରାସ୍ତା କଡରେ ଥିବା ପାଣି ଟାଙ୍କି ଓ ଟ୍ୟାପ ଷ୍ଟାଣ୍ଡ ଗୁଡିକ ସାନିଟାଇଜେସନ କରାଯାଇଛି । ରାଜ୍ୟରେ ମହାମାରୀ କରୋନା ଯୋଗୁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କାହାକୁ କେତେବେଳେ ସେ ଆକ୍ରାନ୍ତ କରିବ ତାହା କେହି କହି ପାରିବେ ନାହିଁ ବୋଲି ସାମାଜିକ କର୍ମୀ ହାପି ରଥ କହିଛନ୍ତି । ଏହାକୁ ଲକ୍ଷ୍ୟ କରି ଗ୍ରାମର ଉଦୀୟ ମାନ କିଛି ଯୁବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ଗ୍ରାମ ବାସୀଙ୍କ ମନବଳ ଦୃଢ଼ କରାଇବା ସହ ୨ଶହ ମାସ୍କ ବାଣ୍ଟିଥିଲେ । ବ୍ୟକ୍ତଗତ ସ୍ୱଚ୍ଛତା, ପରିବେଶ ସ୍ୱଚ୍ଛତା ସହ ସାମାଜିକ ଦୂରତା ରକ୍ଷା କରିବା, ନିହାତି କାମ ନ ଥିଲେ ଘରୁ ନ ବାହାରିବା, ମୁହଁରେ ମାସ୍କ ଲଗାଇ ବାହାରକୁ ଯିବା, ବାହାରେ ଛେପ ନ ପକାଇବା, ଥଣ୍ଡା, କାଶ, ଜ୍ୱର ହେଲେ ତୁରନ୍ତ ଏ ସମ୍ପର୍କରେ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଜଣାଇବା ଆଦି ସମ୍ପର୍କରେ ଜନସଚେତନତା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି