Breaking News

ଆମେ ଶ୍ରୀକ୍ଷେତ୍ର ବାସୀଙ୍କ ପକ୍ଷରୁ ବିଭୁତି ବାଟିକାରେ ବୃକ୍ଷରୋପଣ

ସାକ୍ଷୀଗୋପାଳ( ଅମୃତ ମିଡିଆ) ପୁରୀ ଜିଲ୍ଲାରେ ଚଳିତ ବର୍ଷ  ଫନୀ ବାତ୍ୟାରେ ବହୁ ପୁରାତନ ବୃକ୍ଷରାଜ ଟଳି ପଡିଥିଲା । ଯାହା ଫଳରେକି ସବୁଜିମା ହରେଇଛି । ଏହାକୁ ଲକ୍ଷ୍ୟ କରି ଆମେ ଶ୍ରୀ କ୍ଷେତ୍ର ବାସୀ ଅନୁଷ୍ଠାନ ଆରମ୍ଭ କରିଛି ପ୍ରୟାସ । ଅନୁଷ୍ଠାନ ପକ୍ଷରୁ  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ବିଭୂତି ବାଟିକା ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ବିଭୂତି ବାଟିକା ସୁରକ୍ଷା ସମିତିର ସଦସ୍ୟ ମାନଙ୍କୁ ଆମେ ଶ୍ରୀକ୍ଷେତ୍ର ବାସୀ  ବୃକ୍ଷ ରକ୍ଷକ ସମ୍ମାନରେ ସମ୍ମାନୀତ କରାଯାଇଛି । ଅନୁଷ୍ଠାନର ସଦସ୍ୟ ସତ୍ୟନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାମାଜିକ କର୍ମୀ ବ୍ରଜ କିଶୋର ସାହୁ, ପିତମ ଦାଶ, ଶଙ୍କର ପଣ୍‌ଡା, ଶ୍ରୀପଦା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅନୁଷ୍ଠାନ ପୁରୀ  ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ସବୁଜସିମା ସୃଷ୍ଟି କରିବା ଲକ୍ଷ୍ୟ ନେଇ  କାର୍ଯ୍ୟକ୍ରମ ଆଗେଇ ଚାଲିଛି ବୋଲି ସଦସ୍ୟ ଶ୍ରୀ ସାହୁ ଜଣାଇଛନ୍ତି । 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର  ସେନାପତି 

Blog Archive

Popular Posts