Breaking News

ବାଟୁଳିପଡାରେ କରୋନା ସଚେତନତା କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ ---ସତ୍ୟବାଦୀ ବ୍ଲକ୍ ଅଳଗୁମ ପଞ୍ଚାୟତ ଅନ୍ତର୍ଗତ ବାଟୁଳିପଡ଼ାଠାରେ ଅଳଗୁମ ଗାଁ’ କଲ୍ୟାଣ ସମିତି ପକ୍ଷରୁ କୋଭିଡ୍ ପରିଚାଳନା କମିଟି ପକ୍ଷରୁ ଶନିବାର କରୋନା ନିୟନ୍ତ୍ରଣ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବା ସହ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ସଭାପତି ସବିତା ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏସ୍‌ଏଚ୍‌ଜି ସଭ୍ୟା, ୱାର୍ଡ ସଭ୍ୟା ଯୋଗଦେଇ ଗ୍ରାମରେ କରୋନା ନିୟମ କିଭଳି କଡ଼ାକଡ଼ି ପାଳନ କରାଯାଇପାରିବ ସେ ନେଇ ଲୋକଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ । ବୈଠକ ପରେ ବ୍ୟାନର୍‌, ପ୍ଲାକାର୍ଡ ଧରି ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ । ଲୋକମାନେ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା, ବାହାରେ ଛେପ ନ ପକାଇବା, ବାରମ୍ବାର ହାତ, ମୁହଁକୁ ସାବୁନରେ ଧୋଇବା, ବୟସ୍କ ଓ ଗର୍ଭବତୀଙ୍କ ଯତ୍ନ ନେବା, ଏପରିକି ଗାଁରେ କାହାର କାଶ, ଛିଙ୍କ, ଜ୍ୱର ଆଦି କୋଭିଡ୍ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟ କର୍ମୀଙ୍କ ଜଣାଇବା ଆଦି ସମ୍ପର୍କରେ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମରେ ସବିତା ବିଶ୍ୱାଳ, ୱାର୍ଡ ସଭ୍ୟା ବାସନ୍ତୀ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ସୌଭାଙ୍ଗିନୀ ନାୟକ, ସୁଦେଷ୍ଣା ଜେନା, ମମତାରାଣୀ ପରିଡ଼ା, ପୁଷ୍ପଲତା ସାହୁ, ଆଶା କର୍ମୀ ବିଦୁଲତା ପ୍ରଧାନ, ସବିତା ବରାଳ, ଆବାହିକା ନିରଞ୍ଜନା ଦିକ୍ଷିତଙ୍କ ସମେତ ପ୍ରତିମା ବରାଳ, ଶାନ୍ତିଲତା ବିଶ୍ୱାଳ, ଦୀପ୍ତିମୟୀ ପ୍ରଧାନ, ମାନିନୀ ବିଶ୍ୱାଳ, ଲିଲିମା ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ ।  
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର  ସେନାପତି 

Blog Archive

Popular Posts