Breaking News

ଗ୍ରାମ୍ୟ ରାସ୍ତା ଉପରେ ଜମୁଛି ନଳକୂପ ପାଣି ; ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି

ଡେଲାଙ୍ଗ----ଡେଲାଙ୍ଗ ବ୍ଲକ ରେଞ୍ଚଗ୍ରାମ ପଞ୍ଚାୟତର  ଓଡତରାବୋଇ ଗ୍ରାମ ରାସ୍ତାରେ ଭାସୁଛି ନଳକୁପ ପାଣି । ଯାହା ଫଳରେକି ଜନସାଧାରଣ ମାନଙ୍କର ଯାତାୟତରେ ବାଧା ସୃଷ୍ଟି ହେଉଛି । ସୁଚନାଯୋଗ୍ୟ ଯେ  ଓଡତରାବୋଇ ଗ୍ରାମ୍ୟ ରାସ୍ତାରେ ବ୍ଳକ ପ୍ରଶାସନ ପକ୍ଷରୁ ଏକ ନଳକୂପ ବସିଛି । ନଳକୂପ ରୁ ବାହାରୁଥିବା ପାଣି  ଯିବା ପାଇଁ ସରକାରୀ ଜମି ନାହିଁ । ଅନ୍ୟ ପକ୍ଷେ ନଳକୂପ ପାଣି ନିଜସ୍ୱ ଜାଗାରେ ଛାଡିବାକୁ କେହି ରାଜି ହୋଇନଥିଲେ । ଶେଷରେ ସମସ୍ତଙ୍କ ନିସ୍ପତି ଅନୁଯାୟୀ ନଳକୂପ ପାଖରେ ଏକ ନନ୍ଦ ବସାଯାଇ ଟାଙ୍କି କରାଯାଇଥିଲା ।  ଏବେ ସେହି ଟାଙ୍କି ଭାଙ୍ଗି ଯାଇଛି । ଯାହା ଫଳରେକି ନଳକୂପର ପାଣି ରାସ୍ତା ଉପରେ ଜମି ରହୁଛି । ଗ୍ରାମବାସିଙ୍କ ପକ୍ଷରୁ ବିଭାଗିୟ ଅଧିକାରୀକୁ ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ  କିନ୍ତୁ ଏହି ଘଟଣା ଉପରେ କେହି ଗୁରୁତ୍ୱ ଦେଉନଥିବା ଗ୍ରାମର ଯୁବକମାନେ କହନ୍ତି । ଭାଙ୍ଗିଯାଇଥିବା ଟାଙ୍କିକୁ ତୁରନ୍ତ ମରାମତି କରାଯିବା ସହିତ ନଳକୂପର ପାଣିକୁ ରାସ୍ତା ଉପରୁ ନିଷ୍କାସନ ପାଇଁ ସ୍ୱତନ୍ତ୍ର ଡ୍ରେନେଜ୍ ନିର୍ମାଣ କରିବା ପାଇଁ ଗ୍ରାମର ଯୁବକ ମାନେ ଦାବି କରିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରେ ସେ କୁହନ୍ତି ସରକାରୀ ଯାଗା ନଥିବାରୁ ଡ୍ରେନେଜ୍ ନିର୍ମାଣ ହୋଇ ପାରୁନାହିଁ ।  ସ୍ଥାୟୀ ସମାଧାନ ନିମନ୍ତେ ସରକାରୀ ଅର୍ଥ ମଞ୍ଜୁର କରାଯାଇଛି ବହୁ ଶିଘ୍ର ଏ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts