ସଟ ଡାଉନ ଓ କରୋନା ଯୋଗୁ ପ୍ରଥମ ରଜ ଫିକା ପଡିଲା
ସାକ୍ଷୀଗୋପାଳ----- ଓଡିଶାରେ ରଜ ପର୍ବ ସବୁ ଠାରୁ ବଡପର୍ବ ବୋଲି ଗଣାଯାଏ । ଏହା ତିନିଦିନ ଧରି ପାଳନ ହୋଇଥାଏ । ଘରେ ଘରେ ପିଠା ସାଙ୍ଗକୁ ବିଭିନ୍ନ ତରକାରୀର ବାସ୍ନାରେ ମହକି ପଡିଥାଏ । ତା ସାଙ୍ଗକୁ ଝିଅ, ବୋହୁ ମାନଙ୍କର ରଜ ଦୋଳି ଗୀତରେ ଗାଁ ଗଣ୍ଡାରେ ଗହଳି ଲାଗିଥାଏ । ମାତ୍ର ଏ ବର୍ଷ କରୋନା ଯୋଗୁ କେତକ ଜିଲ୍ଲାରେ ସଟ ଡାଉନ ଜାରି ହେବା ସହ ବିଭିନ୍ନ କଟକଣା ଲାଗି ହୋଇଛି । ବିଭିନ୍ନ ଗ୍ରାମ ମାନଙ୍କରେ ଗୋଷ୍ଠୀ ଦୋଳି ଦେଖିବାକୁ ମିଳି ନଥିଲା । ମାତ୍ର ଛୋଟ ଛୋଟ ଝିଅ ମାନଙ୍କର ଅଳି ଯୋଗୁ ନିଜ ଘରେ କରାଯାଇଛି ଦୋଳି । ନା ଦୋଳି ସଜା ଯାଇଛି ନା ଗୀତ ଶୁଗୁଛି । କେବଳ ପିଲାଙ୍କର ମନ ବୁଝିବା ପାଇଁ ଲାଗିଛି ଦୋଳି । ଅନ୍ୟ ପକ୍ଷେ ଘର ମାନଙ୍କରୁ ପୋଡ ପିଠା, ଇଟିଲି ପିଠା, ଡାଲିଆ ପିଠା ର ବାସ୍ନା ବେଶ ବାରି ହୋଇ ପଡୁଥିଲା । ତଥାପି କରୋନା ଯୋଗୁ ସତ୍ୟବାଦୀରେ ସଟ ଡାଉନ ଜାରି ହୋଇଥିବାରୁ ରଜ ଫିକା ପଡିଛି । ସେହିପିର ଡେଲାଙ୍ଗରେ ମଧ୍ୟ ରଜ ପର୍ବ ଫିକା ପଡିଯାଇଛି । ରଜରେ ଲୋକଙ୍କ ମନରେ ଆଗ୍ରହ ନଥିଲା ଭଲି ଜଣାପଡିଛି । ମାତ୍ର ଯେପରି ଠାକୁର ଠାକୁରାଣୀ ମାନଙ୍କର କେବଳ ନୀତିକାନ୍ତି କରାଯାଉଛି ସେହିପରି ରଜ ପର୍ବ ପାଳନ ହୋଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ