ଘୋରଡିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରୁ ଚୋରୀ ; ଥାନାରେ ଅଭିଯୋଗ
ଡେଲାଙ୍ଗ----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଞ୍ଚାୟତର ବହୁ ପୁରାତନ ବିଦ୍ୟାଳୟ ଘୋରଡିଆ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟର ତାଲା ଭାଙ୍ଗି ଦୁବୁର୍ତ୍ତ ମାନେ ଗାଡି ଲଗାଇ ଚୋରୀ କରିଥିବା ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୂଲଚନା କୁଣ୍ଡ ଡେଲାଙ୍ଗ ଥାନାରେ ଅଭଯୋଗ କରିଥବା ଜଣାପଡିଛି । ଶ୍ରେଣୀ ଗୃହର ତାଲାଭାଙ୍ଗି ମଧ୍ୟାହ୍ନ ଭୋଜନ ପାଇଁ ରହିଥିବା ୮ବସ୍ତା ଚାଉଳ,ଥାଳି ୫୦ଟା,ଶ୍ରେଣୀର ବିଦ୍ୟୁତ୍ ପଙ୍ଖା୧ଟା,ଚୌକି-୨ଟା,ଲୁହା ଟେବୁଲ ୨ଟା,ବାଲିଟି୨ଟା,ଆଲୁମୁନିୟମ କୁଣ୍ଡ ୧ଟା ସହ ଖାତା ବହି ଓ ପାଠ୍ୟଉପକରଣ ଚୋରୀ ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ କରୋନା ଭୂତାଣୁ ସଂକ୍ରମଣରୁ ସୂରକ୍ଷା ପାଇଁ ସମଗ୍ର ରାଜ୍ୟରେ ରାତ୍ରୀକାଳୀନ କଫ୍ୟୁ ଏବଂ ସଟଡାଉନ କଟକଣା ଜାରି କରାଯାଇଛି । ଏହା ସହ ବିଦ୍ୟାଳୟ ବନ୍ଦ ରହିଛି । ଏହାର ସୁଯୋଗ ନେଇ କିଛି ଦୃବୁର୍ତ୍ତ ବିଦ୍ୟାଳୟରୁ ଚୋରି କରି ନେଇଛନ୍ତି । ଏହି ବିଦ୍ୟାଳୟରୁ ବାରମ୍ବାର ଚୋରୀ ହୋଉଥିବା ନଜିର ରହିଛି । ମାତ୍ର ଏଥର ଦୃବୁର୍ତ୍ତ ମାନେ ନୂତନ ଢ଼ଙ୍ଗରେ ଚୋରି କରିଛନ୍ତି । ତାଲାଭାଙ୍ଗି ସବୁଲୁଟି ନେବା ସହ ଅନ୍ୟ ଏକ ତାଲା ପକାଇ ପଳାଇଛନ୍ତି । ଏ ନେଇ ଅଞ୍ଚଳବାସୀ ତଥା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚୋରୀ ହୋଇଥିବା ଜିନିଷର ଉଦ୍ଧାର କରିବା ସହ ସମ୍ପୃକ୍ତଥିବା ଦୃବୁର୍ତ୍ତମାନଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି