ଜୋରିମାନା ଆଦାୟକୁ ନେଇ ସାଧାରଣରେ ଅସନ୍ତୋଷ
ବେଗୁନିଆ,- ପ୍ରଶାସନ ନିକ ଅବହେଳା ଯୋଗୁଁ ବେଗୁନିଆ ରେ ଏବେ କରୋନା ସଚେତନତା ବାଟ ହୁଡୁ ଥିବାର ଦେଖିବାକୁ ମିଳୁଛି ।ବ୍ଲକ, ତହସିଲ ଓ ପୋଲିସ ପ୍ରଶାସନର ଉପଯୁକ୍ତ ପଦକ୍ଷେପ ଅଭାବରୁ ଲୋକମାନେ ଏବେ ସଚେତନତା ଠାରୁ ବହୁ ଦୂରରେ । ଏପରିକି ୩ ପ୍ରମୁଖ କାର୍ଯ୍ୟାଳୟର କର୍ମଚାରୀ ମାନେ ରହୁ ନଥିବାରୁ ସଚେତନ କାର୍ଯ୍ୟକ୍ରମ କିପରି ହେଉଥିବ ଏଥିରୁ ସ୍ପଷ୍ଟ ବାରି ହେଉଛି ।ଲକଡାଉନ ହେଉ କି ସଟଡାଉନ ହେଉ ସବୁବେଳେ ସାହାଣ ମେଳା ଭଳି ଗାଁ ହେଉକି ବଜାର ହେଉ ଲୋକମାନଙ୍କ ଗହଳି ସବୁ ସ୍ଥାନରେ ଦେଖିବାକୁ ମିଳୁଛି ।ଏହି ପରିପ୍ରେକ୍ଷୀରେ ଗତକାଲି ବହୁ ବିଳମ୍ବରେ ବେଗୁନିଆ ପୋଲିସ ଓ ତହସିଲ ପ୍ରଶାସନର ନିଦ ଭାଙ୍ଗିଥିବାର ଜଣାପଡିଛି ।ସର୍ଟ ଡାଉ ନ ସମୟରେ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀମାନଙ୍କୁ ଅଟକାଇ ଜରିମନା ଆଦାୟ କରାଯାଉଥିବା ଦେଖିବାକୁ ମିଳିଥିଲା ।ବିନା ମାସ୍କ ଓ ହେଲମେଟ ବ୍ୟବହାର କରୁଥିଲେ ମଧ୍ୟ ସେମାନଙ୍କ ଠାରୁ ଜୋରଜବର ଦସ୍ତ ଅଟକାଇ ଜରିମନା ଆଦାୟ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ବେଗୁନିଆ ନୂଆସାହିର ମନ୍ମଥ ପ୍ରକାଶ ବାହୁବଳେନ୍ଦ୍ର ମେଡ଼ିସିନ ଆଣିବା ପାଇଁ ଯାଇଥିବା ବେଳେ ୨ ଶହ ଟଙ୍କା ଜୋରିମାନା ଦେଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା