ଶୁକଳ ହାଇସ୍କୁଲରେ ୨୩ ଜଣ ପ୍ରବାସୀ ସଂଗରୋଧ ଗୃହରେ
ସାକ୍ଷୀଗୋପାଳ ----- ରାଜ୍ୟରେ କରୋନା ଯୋଗୁ ଲକଡାଉନ ଓ ସଟ ଡାଉନ ବଳବତ୍ତ ରହିଛି । ବିଶେଷ କରି କେରଳ, କଲିକତା,ଚେନ୍ନାଇ, ଆନ୍ଦ୍ରପ୍ରଦେଶ, ତାମିଲନାଡୁ ରାଜ୍ୟରୁ ପ୍ରବାସୀ ଫେରିବା ପରେ ସତ୍ୟବାଦୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି । ଏବେ ବି ଶୁକଳ ତୁତୀୟାଦେବ ବିଦ୍ୟାନିକେତନ ହାଇସ୍କୁଲ ପରିସରରେ ଶୁକଳ ଗ୍ରାମ ପଞ୍ଚାୟତ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୩ ଜଣ ପ୍ରବାସୀ ଓଡିଆଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ରଖାଯାଇଛି । ଶୁକଳ ସହିତ ସାରଙ୍ଗଯୋଡି, ଦୁଗଲ, ଦାସବିଦ୍ୟାଧରପୁର, ରାୟଖଣ୍ଡି, ବଳରାମପୁରଗଡ, ଓ ଆଳିସ ଆଦି ଗ୍ରାମ ପଞ୍ଚାୟତରୁ ଆସିଥିବା ସରପଞ୍ଚରୁନା ସେଠୀଙ୍କ ଠାରୁ ସୁଚନା ମିଳିଛି । ଏମାନେ ଏଠାରେ ୧୪ ଦିନ ରହିବା ପରେ ସେମାନଙ୍କୁ ପ୍ରମାଣପତ୍ର ଦିଆଯିବା ପରେ ଘରକୁ ଛଡାଯିବ । ଏବଂ ଘରେ ସାତଦିନ ସଂଗରୋଧରେ ରହିବେ । ସମିତିସଭ୍ୟ ଜଳନ୍ଦର ସେଠୀ କହନ୍ତି ଏହି ପ୍ରବାସୀ ମାନେ ଏଠାରୁ ଗଲା ପରେ ଘରେ ସାତଦିନ ରହିବା ପାଇଁ କୁହାଯାଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି