ମହିଳା ଗୋଷ୍ଠୀରେ ସ୍ୱଚ୍ଛତା ଆଣିବା ପାଇଁ ମିଶନ ଶକ୍ତିର ପୟାସ ଆରମ୍ଭ
ସାକ୍ଷୀଗୋପାଳ ------ ରାଜ୍ୟରେ ମହିଳା ଗୋଷ୍ଠୀ ଛତୁ ଫୁଟିଲା ଭଲି କରାଯାଇଛି । ରାଜ୍ୟ ସରକାର ମହିଳା ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ମହିଳାଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହୋଇପାରିବ । ମାତ୍ର କେତେକ ଯୁବକ ଜଣେ ଜଣେ ମହିଳାଙ୍କୁ ବିଭିନ୍ନ ମହିଳା ଗୋଷ୍ଠୀରେ ସାମିଲ କରାଇ ସେମାନଙ୍କରେ ନାମରେ ଆସୁଥିବା ଅର୍ଥ ହାତେଇ ନେଉଛନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଜିଲ୍ଲାରେ ଓଡିଶା ଜୀବିକା ମିଶନ ଶକ୍ତି ଗଠନ କରି ଏମାନଙ୍କ ମାଧ୍ୟମରେ ଋଣ ଦେବା ସହ ମହିଳା ଗୋଷ୍ଠୀ ମାନଙ୍କର ସମସ୍ତ ତଥ୍ୟ ଅନ ଲାଇନି ମାଧ୍ୟମରେ ରଖାଯାଉଛି । ରାଜ୍ୟରେ କରୋନା ଯୋଗୁ ସରକାରୀ ଠାରୁ ବେସରକାରୀ କାର୍ଯ୍ୟ ଠପ ହୋଇ ପଡିଛି । ଏବେ ସତ୍ୟବାଦୀ ବ୍ଳକରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ମାନଙ୍କର ସମସ୍ତ ତଥ୍ୟ ଓଡିଶା ଜୀବିକା ମିଶନ ଶକ୍ତି ବିଭାଗ ଅନ ଲାଇନିରେ ସଂଯୋଗ କରୁଛଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକର ୨୪ଟି ଗ୍ରାମ ପଞ୍ଚାୟତରେ ୧୯ଶହ ମହିଳା ଗୋଷ୍ଠୀ ସଂଗଠନ ରହିଛି । ସେମାନଙ୍କ ମଧ୍ୟରୁ ୧୧ଶହ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଓଡିଶା ଜୀବିକା ମିଶନ ଶକ୍ତି ସହିତ ଯୋଡି ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସତ୍ୟବାଦୀ ବ୍ଳକରେ ୯୬୦ଟି ମହିଳା ଗୋଷ୍ଠୀଙ୍କର ସମସ୍ତ ତଥ୍ୟ ଅନ ଲାଇନିରେ ସଂଯୋଗ କରାଯାଇଛି ବୋଲି ସତ୍ୟବାଦୀ ବ୍ଳକର ବିପିଏମ ଶାସ୍ୱତୀ ଦାଶଙ୍କ ଠାରୁ ସୁଚନା ମିଳିଛି । ଅନ ଲାଇନିରେ କାମ କରିବା ସମୟରେ କେତେକ ଅସୁବିଧା ଦେଖାଯାଇଥିଲା ପୁରୀରୁ ସଂଜିବ କୁମାର ବାରିକ ଆସି ସେ ଗୁଡିକ ସଟଆଉଟ କରିଥିଲେ । ମହିଳା ମାନଙ୍କର ଆଧାର କାର୍ଡନଂ, ବ୍ୟାଙ୍କ ଆକଉଣ୍ଟ ନମ୍ବର, ଉକ୍ତ ଗ୍ରୁଫର ଜମା, ଋୁଣ ସହିତ ସେମାନଙ୍କର କାର୍ଯ୍ୟକଳାପ ସମସ୍ତ ତଥ୍ୟ ଅନ ଲାଇନି ମାଧ୍ୟମରେ ସମସ୍ତ ତଥ୍ୟ ରଖାଯାଇଛି । ବିଶେଷ କରି ଜଣେ ଜଣେ ମହିଳା ଏଗରୁ ଅଧିକ ମହିଳା ଗୋଷ୍ଠୀରେ ସାମିଲ ଥିବା ଜଣାପଡିଛି । ଅନ ଲାଇନି ମାଧ୍ୟମରେ ତାହା ଧରାପଡିଯିବ ଏବଂ ଉକ୍ତ ସଭ୍ୟାଙ୍କ ନାମ ଥରେ ପଞ୍ଜିକରଣ ହେବା ପରେ ଦୁତୀୟ ବାର ପଞ୍ଜିକରଣ କରି ପାରିବେ ନାହିଁ । ଯାହା ଫଳରେକି ମହିଳା ଗୋଷ୍ଠୀ ଗୁଡିକରେ ସ୍ୱଚ୍ଛତା ରହି ପାରିବ ବୋଲି ଶ୍ରୀ ବାରିକ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ