କଣ୍ଟେନମେଣ୍ଟ ଗ୍ରାମକୁ ଶିଶୁ ଖାଦ୍ୟ, ପାନୀୟ ଜଳ, ପରିବା ଓ ରାଶନ ସାମଗ୍ରୀ ଯୋଗାଇଲେ ସରପଞ୍ଚ
ସାକ୍ଷୀଗୋପାଳ------ସତ୍ୟବାଦୀ ବ୍ଳକର ଜୟପୁର ଗ୍ରାମ ପଞ୍ଚାୟତର ମହାମାୟା ସାହିକୁ ପୁରୀ ଜିଲ୍ଲାପାଳ ବଲୱାନ୍ତ ସିଂ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ବ୍ଳକ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମର ସମସ୍ତ ପ୍ରବେଶ ପଥ ସିଲ କରାଯାଇଛି । ବ୍ଳକ ପ୍ରଶାସନ ପକ୍ଷରୁ ଗ୍ରାମକୁ ବିଶୋଧନ କରାଯାଇଛି । ପଞ୍ଚାୟତର ସରପଞ୍ଚ ବିଶ୍ୱଜିତି ମହପାତ୍ର ଗ୍ରାମ ବାସୀଙ୍କୁ ଫୋନ ନମ୍ବର ଦେଇଛନ୍ତି । ଆବଶ୍ୟକ ଅନୁଯାୟୀ ଗ୍ରାମବାସୀ ଫୋନ କରିବା ମାତ୍ରେ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ପାଖରେ ଶିଶୁ ଖାଦ୍ୟ, ପରିବା, ପିଇବା ପାଣି ଓ ରାଶନ ସାମଗ୍ରୀ ପହଞ୍ଚାଇ ଦିଆଯାଉଛି ବୋଲି ସରପଞ୍ଚ ଶ୍ରୀ ମହାପାତ୍ର କହିଛନ୍ତି । ମାତ୍ର କରୋନା ଆକ୍ରାନ୍ତ ହୋଇଥିବା ଯୁବକଙ୍କ ପରିବାର ଲୋକଙ୍କର ସ୍ୱାବ ଟେଷ୍ଟ ଏ ପର୍ଯ୍ୟନ୍ତ କରାଯାଇ ନଥିବାରୁ ଗ୍ରାମରେ ଚାପ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟ ପକ୍ଷେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ଟେଷ୍ଟ କରିବା ପାଇଁ ଗାଡି ଆସିଥିବା ବେଳେ ଗ୍ରାମବାସୀ କେତେକ କାରଣକୁ ନେଇ ଗାଡି ଫେରାଇ ଦେଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ବିଶେଷ କରି ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଉନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି