Breaking News

ସତ୍ୟବାଦୀ ହାଇସ୍କୁଲ ସଂଗରୋଧ କେନ୍ଦ୍ରରେ ୨୩ ଜଣ ପ୍ରବାସୀ ଓଡିଆ

 ସାକ୍ଷୀଗୋପାଳ ---ରାଜ୍ୟରେ କରୋନା ଯୋଗୁ ଲକଡାଉନ ଓ ସଟ ଡାଉନ ବଳବତ୍ତ ରହିଛି । କରୋନା କମିବାର ନାଁ ଗନ୍ଦ ଧରୁନାହିଁ । ସେ ତାର କାୟା ବିସ୍ତାର କରି ଚାଲିଛି । ବିଶେଷ କରି ସୁରାଟ, କଲିକତା, କେରଳ, ଆନ୍ଦ୍ରପ୍ରଦେଶ, ତାମିଲନାଡୁ ପଭୃତି ରାଜ୍ୟରୁ ପ୍ରବାସୀ ଫେରିବା ପରେ ସତ୍ୟବାଦୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି ।  ଏବେ ବି ସତ୍ୟବାଦୀ ହାଇସ୍କୁଲ ପରିସରରେ ଜୟପୁର ଗ୍ରାମ ପଞ୍ଚାୟତ ପକ୍ଷରୁ କରାଯାଇଥିବା ସଂଗରୋଧ କେନ୍ଦ୍ରରେ ୨୩ ଜଣ ପ୍ରବାସୀ ଓଡିଆ ୮ ତାରିଖରୁ ଆସି ରହିଛନ୍ତି । ଅଳଗୁମ, ନରେନ୍ଦ୍ରପୁର, ବିଶ୍ୱନାଥପୁର, ରାୟଖଣ୍ଡି ଆଦି ଗ୍ରାମ ପଞ୍ଚାୟତର ବୋଲି  ସରପଞ୍ଚ ବିଶ୍ୱଜିତି ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts