ବେଗୁନିଆକୁ ଫେରିଲେ ୯୨୯ ଜଣ ପ୍ରବାସୀ, ପଜିଟିଭ ସଂଖ୍ୟା ୨୫କୁ ବୃଦ୍ଧି, ସୁସ୍ଥ ହେଲେ ୧୯
ବେଗୁନିଆ-----ବେଗୁନିଆ ବ୍ଲକକୁ ଆଜି ସୁଦ୍ଧା ୯୨୯ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଫେରିଥିବା ବେଳେ ସେମାନଙ୍କ ସ୍ୱାବ ପରୀକ୍ଷା କରିବା ପରେ ୨୦ ଜଣ କରୋନା ପଜିଟିଭ ଆକ୍ରାନ୍ତ ଦେଖିବାକୁ ମିଳିଛି ।ସେହିପରି ୫ ଜଣ ଗ୍ରାମବାସୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଡିଙ୍ଗର ଗ୍ରାମର ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ଏହି ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହୋଇଥିବା ବେଳେ ଏଥିମଧ୍ୟରୁ କେବଳ ୧୯ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଶଗଡ଼ଭଙ୍ଗା ପଞ୍ଚାୟତ ର ଜଣେ ୪୮ ବର୍ଷର ବ୍ୟକ୍ତି ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ପଜିଟିଭ ବାହାରିଥିଲା ।ସେ ଗତ ଜୁନ ମାସ ୧ ତାରିଖରେ ଉତ୍ତରପ୍ରଦେଶରୁ ଫେରିଥିବା ବେଳେ ଗତ ୧୦ ତାରିଖରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।ଗତକାଲି ୧୩ ତାରିଖ ରାତିରେ ପଜିଟିଭ ରିପୋର୍ଟ ଆସିବା ପରେ ତାଙ୍କୁ ଆଜି କୋଭିଡ ଚିକିତ୍ସାଳୟକୁ ପଠାଯାଇଛି । ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା