Breaking News

ରଥଯାତ୍ର ପାଇଁ ସେନାପଟା ଓ ବାହୁଟ ସେବା ପାଇଁ ବଉଳବୃକ୍ଷ କଟାଗଲା



ସାକ୍ଷୀଗୋପାଳ---- ଶ୍ରୀ ଜଗନ୍ନାଥ ଓ ବଡଠାକୁର ଙ୍କ ଦେବସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ସମୟରେ ଶ୍ରୀଅଙ୍ଗଲାଗି ସେନାପଟା ଓ ବାହୁଟ ଗୁପ୍ତସେବା ନିମନ୍ତେ ଆବଶ୍ୟକ ବଉଳ ବୃକ୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ହାଟସାହିର ହୃଷିକେସ ମହାନ୍ତିଙ୍କ ବଗିଚାରେ ଥିବା ବଉଳ ଗଛ ଚିହ୍ନଟ  ହୋଇଥିଲା । ନିୟମ ଅନୁସାରେ ନିର୍ଜଳା ଏକାଦଶୀ ତିଥିରେ ଗଛକୁ ପୂଜାର୍ଚ୍ଚନା କରାଯାଇ ବୃକ୍ଷ ଛେଦନ କରାଯାଉଛି ।  ଏହା ଆଗରୁ ଗଛ ମାଲଇକ ତଥା ହୃଷିକେସ ମହାନ୍ତିଙ୍କ ପରିବାର ପକ୍ଷରୁ ଗଛ ମୂଲ ବିଶୋଧନ କରାଯିବା ସହ ପୂଜା ହୋମ ବାହ୍ମଣ ମାନଙ୍କ ଦ୍ୱାରା କରାଯାଇଥିଲା । ପରିବାରର ମହିଳା ମାନେ ଗଛକୁ ବନ୍ଧାପନା କରିଥିଲେ । ରଥ ନିର୍ମାଣ ସୁପରଭାଇଜର ସୁଦର୍ଶନ ମେକାପ, ସର୍ଦ୍ଦାର ଭୋଇ ସେବକ ରବି ଭୋଇ, କାତ୍ତିକ ଭୋଇ  ଜଗନ୍ନାଥଙ୍କ ଠାରୁ ଆଣିଥିବା ଆଜ୍ଞା ମାଳ ଗଛରେ ବନ୍ଧିବା ପରେ ଗଛ ଛେଦନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେଠାରେ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ବିଡିଓ ସରୋଜ କୁମାର ଦତ୍ତ, ଜିଲ୍ଲା ପରିଷଦ ସଭ୍ୟ  ପ୍ରହଲ୍ଲାଦ ଘଟୁଆରି ,ଅତିରିକ୍ତ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ମିଶ୍ରଙ୍କ ସହ ବିଶ୍ୱଜିତି ମହାପାତ୍ର, ପଞ୍ଚାନନ ମିଶ୍ର, କିଶୋର ମହାପାତ୍ରଙ୍କ ସହିତ ଗ୍ରାମ ବାସୀ ଉପସ୍ଥିତ ରହିଥିଲେ । 
ସତ୍ୟବାଦୀରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts