ସଂଗରୋଧ କେନ୍ଦ୍ରରେ ବୃଦ୍ଧାଙ୍କ ମୃତ୍ୟୁ
ଧରାକୋଟ--- ଧରାକୋଟ ବ୍ଲକ୍ ଅନ୍ତର୍ଗତ ଜଗମୋହନ ଗ୍ରାମପଞ୍ଚାୟତ ର ପୂଟୁ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ସଂଗରୋଧ କେନ୍ଦ୍ରରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି । ପୁଟୁ ଗ୍ରାମର ମାୟା ମୁନି, ବୟସ ୬୪ ଙ୍କ ଗତକାଲି ସନ୍ଧ୍ୟା ୫ଟା ସମୟରେ ମୃତ୍ୟୁ ଘଟିଛି।ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ସୂଚନା ଥାଉକି ସେ ଗତ କାଲି ସଖାଳ ୮ଟା ରେ ସୁରାଟରୁ ଆସି ସଂଗରୋଧ କେନ୍ଦ୍ରରେ ରହୁଥିଲେ।
ଧରକୋଟ ରୁ କାଳୁ ଚରଣ ମହାପାତ୍ର