କରୋନା ଯୋଗୁଁ ଚାଷୀର କୋହଭରା ଡାକ ଶୁଣିପାରୁନାହିଁ ପ୍ରଶାସନ,ଉଠି ପାରୁନି ଧାନ
ବରଗଡ଼---ଓଡ଼ିଶାର ଭାତହାଣ୍ଡି ଭାବେ ବରଗଡ଼ ଜିଲ୍ଲା ବେଶ ପରିଚିତ।ଏହି ଜିଲ୍ଲାଟି ଦାଦନ ଖଣ୍ଡ ରୂପେ ଏବେ ପରିଗଣିତ ହେଲାଣି।ଏବେ ଜିଲ୍ଲାର ପ୍ରମୁଖ ଧାନଫସଲ ଉତ୍ପାଦନ କରୁଥିବା ଅତାବିରା ଅଞ୍ଚଳ ମଧ୍ୟ ଅନୁରୂପ ଦିଗକୁ ଗତିକରୁଛି।ଶ୍ରମିକ ଚିନ୍ତାରେ ଚାଷୀମାନେ ଏବେ ହତାଶ ହୋଇ ପଡିଲେଣି।ପ୍ରାୟତଃ ଅଞ୍ଚଳର ୯୦ପ୍ରତିଶତ ଚାଷୀ ଧାରକରଜ କରି ଚାଷକାମ କରନ୍ତି।କରୋନା ସଂକ୍ରମିତ ଯୋଗୁଁ ଶ୍ରମିକର ଚିନ୍ତା ବଢ଼ାଇ ଦେଇଛି କୃଷକକୁ। ବିଲ ମାନଙ୍କରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ପଡିରହିଛି। କାରଣ ଶ୍ରମିକ ଅଭାବରୁ ଏଭଳି ପରିସ୍ଥିତି ଚାଷୀଙ୍କୁ ଭୋଗିବାକୁ ପଡିଛି । ଅମଳ ତିନିମାସ ପୂର୍ବରୁ ଜିଲ୍ଲା ପ୍ରଶାସନ ସଭାସମିତି ଆରମ୍ଭ କରି ଦେଇଥାଏ।ହେଲେ ସଭାସମିତି କିଭଳି ହେଉଛି ଆଜି ଯାଏଁ ଚାଷୀର ସମାଧାନ ବାଟ ଫିଟି ପାରିନାହିଁ।ଏବେ ଆଗକୁ ଆସୁଛି ବର୍ଷା,ଦୈବୀଦୁର୍ବିପାକ ଓ ପଙ୍ଗପାଳ ପୋକକୁ ନେଇ ଚାଷୀ ଚିନ୍ତାରେ ଭାଙ୍ଗି ପଡ଼ିଛି। ଏହି ବ୍ଲକରେ ୮୭ପ୍ରତିଶତ ଚାଷୀ କେବଳ ଧାନ ଚାଷ ଉପରେ ନିର୍ଭର କରିଥିବାବେଳେ ୧୩ପ୍ରତିଶତ ପନିପରିବା ଚାଷ ଉପରେ ନିର୍ଭରଶୀଳ।ଚାଷୀଙ୍କ କହିବା ଅନୁଯାୟୀ ଗୋଟିଏ ଅମଳ ଫସଲ ନକଲେ ପ୍ରଶାସନର ଅବସ୍ଥା ସଙ୍କଟାପନ୍ନ ଦେଖିବାକୁ ମିଳିବ ବୋଲି କହନ୍ତି।କାରଣ ଚାଷୀ ବର୍ଷା,ଶୀତ, କାକର କଷ୍ଟ ସହ୍ୟ କରି ଅନ୍ନ ଯୋଗାଉଛି।ତଥାପି ମଧ୍ୟ ଚାଷୀଙ୍କ ସମସ୍ୟା କେବେବି ଦୁରକରି ପାରୁନାହିଁ ଜିଲ୍ଲା ପ୍ରଶାସନ।ଏଭଳି ଶ୍ରମିକ ଅଭାବ ପରିସ୍ଥିତିରେ ଓଡିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖାର ସଂପାଦକ ବସନ୍ତ ବାରିକ ଓ ନିଜ ପରିବାର ବାଧ୍ୟ ହୋଇ ଅମଳ କରିଥିବା ଧାନ କାନ୍ଧରେ ବୋହିନେବା ଦେଖିବାକୁ ମିଳିଥିଲା।ଅନେକ ଚାଷୀଙ୍କ ଧାନ ବିନା ଏଣ୍ଟ୍ରିରେ ୩୯ଟି ମାର୍କେଟ ଭିତରେ ଆଜକୁ ୨୨ଦିନ ହେଲା ହଜାରହଜାର କ୍ୟୁଣ୍ଟାଲ ଧାନ ପଡିରହିଛି।ହେଲେ ଚୋରି ହେଉ କି ବର୍ଷାରେ ଭିଜିଯାଉ ଏହା ଦେଖିବାକୁ କେହି ନାହାନ୍ତି ବୋଲି ଚାଷୀକୁଳ କୋହଭରା କଣ୍ଠରେ କହନ୍ତି।ମାସ ମାସ ଧରି ମଣ୍ଡିରୁ ଉଠି ପାରୁ ନଥିବା ଧାନର ରହସ୍ୟ କଣ ଅଛି ବୋଲି ସଙ୍ଗଠନ ର ସଂପାଦକ ପ୍ରକାଶ କରିଛନ୍ତି।ରବି ଧାନଅମଳ ସରି ଗଲାଣି କିନ୍ତୁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଖାଲି ବସ୍ତାଟିଏ ବି ମିଳି ପାରିନାହିଁ।ସରକାରଙ୍କ କହିବା ଅନୁଯାୟୀ କୌଣସି ଚାଷୀ ନିଜେ ବସ୍ତା କିଣି ଧାନ ଆଣିଲେ ସେହି ସ୍ଥାନରେ ବସ୍ତାର ମୂଲ୍ୟ ଦିଆଯିବ ଏବଂ ଚାଷୀ ଯଦି ସରକାରଙ୍କ ଠାରୁ ବସ୍ତା ନିଏ ବସ୍ତାର ଟଙ୍କା ନିଜ ପାଇଥିବା ପ୍ରାପ୍ୟରୁ କଟିବ ବୋଲି ଧାର୍ଯ୍ୟ ହୋଇଛି।ତେବେ ବସ୍ତା ଯୋଗାଉଛି କିଏ ତାହା ଏବେ ସୁଦ୍ଧା ଚାଷୀ ଜାଣି ନାହିଁ । ବସ୍ତାର ମୂଲ୍ୟ ମଧ୍ୟ ଏବେ ସୁଦ୍ଧା ଚାଷୀଙ୍କୁ ସରକାର ଦେଇନାହାନ୍ତି ବୋଲି ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି।ଏବେ କେବଳ କିଛି କୁଜିନେତା ମାନେ ନିଜ ସ୍ବାର୍ଥ ଲାଳସାକୁ ନେଇ ଲୋକ ଦେଖାଣିଆ ଭାବେ ଅନେକ ସ୍ଥାନରେ ଘେରାଉ ଓ ଦାବିପତ୍ର ଦେବାରେ ମସଗୁଲ ରହିଥିବା ନଜିର ରହିଛି।ଏହି କୁଜିନେତା ମାନେ ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ ବିଭିନ୍ନ ଦୁଃଖ ଦୁର୍ଦ୍ଦଶାରେ ଯୁଝି ହେଇ ଚାଷୀ ରୋଗପୋକ,ଦୈବୀ ଦୁର୍ବିପାକ ଓ ନକଲି କୀଟନାଶକରେ ସର୍ଵସ୍ୱାନ୍ତ ହେଉଥିବା ସମୟରେ କାହାରି ଦେଖା ନଥିବା ବେଳେ ଅମଳ ବେଳେ କେଉଁଠି ଥିଲେ ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପଶ୍ଚିମ ଓଡିଶାରୁ ନବୀନ ଦାଶଙ୍କ ରିପୋର୍ଟ