ଜଗନ୍ନାଥଙ୍କ ସେନାପଟ ଓ ବାହୁଟ ସେବାପାଇଁ ସାକ୍ଷୀଗୋପାଳରୁ ଗଲା ବଉଳକାଠ
ସାକ୍ଷୀଗୋପାଳ ------ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପରମ୍ପରା ଅନୁଯାୟୀ ସାକ୍ଷୀଗୋପାଳର ସିଦ୍ଦବକୁଳ ବନରୁ ବଉଳ କାଠ ଯିବା ର ପରମ୍ପରା ରହିଛି । ମାତ୍ର କାଳଦି କ୍ରମେ ସିଦ୍ଦବକୁଳ ବନରେ ବଉଳ ଗଛ ଲୋପ ପାଇଯିବାରୁ ଏବେ ପାଖଆଖ ଗ୍ରାମରୁ ବଉଳ କାଠ ସଂଗ୍ରହ କରାଯାଇ ଠାକୁରଙ୍କ କାମ କରାଯାଉଛି । ଏ ବର୍ଷ ହାଟସାହି ସ୍ଥିତ ହୃଷିକେଷ ମହାନ୍ତିଙ୍କ ବଗିଚାରୁ ଗଛ ଚିହ୍ନଟ କରାଯାଇଥିଲା । ଶନିବାର ନିର୍ଜଳା ଏକାଦଶୀ ତିଥିରେ ଗଛକୁ ନୀତି ନିୟମ ଅନୁସାରେ କଟାଯାଇ ଶ୍ରୀକ୍ଷେତ୍ରେ ଅଭିମୁଖେ ପଠାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ଙ୍କ ପହଣ୍ଡି ବିଜେ ପାଇଁ ସେନାପଟ ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳକାଠ ଆବଶ୍ୟକ ପଡିଥାଏ । ଏହି ଅବସରରେ ମଙ୍ଗଳବାର ସକାଳୁ ଶ୍ରୀମନ୍ଦିରର ରଥ ନିର୍ମାଣ ତତ୍ୱାବଧାରକ ସୁଦର୍ଶନ ମେକାପ , ବିଶ୍ୱକର୍ମା , ଭୋଇ ସେବକ ରବି ଭୋଇ ଧୁବ ଚରଣ ଭୋଇ, ସୁଦର୍ଶନ କାଣ୍ଡି, ନିଳକଣ୍ଠ ଦାସ ଭୋଇ ସେବକ ମାନେ ଚିହ୍ନଟ କରାଯାଇଥିବା ବଉଳବୃକ୍ଷରେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ ପ୍ରଦାନ ପରେ ବିଶ୍ୱକର୍ମା ସେବକ ପ୍ରଥମେ ଗଛକୁ ଛେଦନ କରିବା ପରେ ଭୋଇ ସେବକ ମାନେ ଗଛକୁ ହାଣିକି ତଳେ ପକାଇଥିଲେ । ଗଛ କଟାଯିବା ଅଗାରୁ ଶ୍ରୀ ମହାନ୍ତିଙ୍କ ପରିବାର ପକ୍ଷରୁ ଗଛ ମୂଳ ଲିପା ପୋଛା କରାଯିବା ସହ ସେଠାରେ ହୋମଯଜ୍ଞ କରାଯାଇଥିଲା । ସେଠାରେ ବିଡିଓ ସରୋଜ କୁମାର ଦତ୍ତ, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଓ ଗ୍ରାମବାସୀ ମାନଙ୍କ ସହ ସାକ୍ଷୀଗୋପାଳ ମନ୍ଦିରର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଳାସ ଚନ୍ଦ୍ର ମିଶ୍ରଙ୍କ ସହ ପ୍ରମୁଖ ଉପସ୍ଥିତ ରହିଥିଲେ । ବୃକ୍ଷ ଛେଦନ ପରେ ମାପ ଅନୁଯାୟୀ କାଠକୁ ତିନି ଖଣ୍ଡ କରିବା ପରେ ଶଗଡିରେ ଲଦା ଯିବା ସହ ଚାନ୍ଦୁଆ ଓ ଫୁଲରେ ଘୋଡାଯାଇଥିଲା । ସଂକୀର୍ତନ ମଣ୍ଡଳୀ ହରିନାମ ସଂକୀର୍ତ୍ତନ ସହ ଛତ୍ରି, ତ୍ରାସ, ବୈରଖ, ଏକ ଶୋଭାଯାତ୍ରାରେ ସିଦ୍ଧବକୁଳ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ସେଠାରେ କିଛି ସମୟ ପାଇଁ ଜନସାଧାରଣଙ୍କ ଉଦ୍ଦ୍ୟେଶରେ କାଠ ଦର୍ଶନ ପାଇଁ ରଖାଯାଇଥିଲା । ଅପରାହ୍ନରେ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ଏବିଡିଓ ସାରଦା ପ୍ରସନ୍ନ ପଟ୍ଟନାୟକଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଶଗଡି ମେଲାଣିର ଶୁଭାରମ୍ଭ କରିଥିୋଲ । । ସତ୍ୟବାଦୀ ସଂସ୍ଳୃତି ସୁରକ୍ଷା ମଞ୍ଚର ସଂପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ମର୍ଦ୍ଦଳବାଦ୍ୟ, ବୈରଖ , ଶ୍ରୀରାଧା ମଣ୍ଡଳ , ସୁଧର୍ମା ମଣ୍ଡଳ ହରିନାମ କୀର୍ତ୍ତନ, କରି ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ ଏକ ଆଧ୍ୟାତ୍ମିକ ପଟୁଆରରେ ବ୍ଳକ ଛକସ୍ଥିତ ବାଟମହାବୀର ନିକଟରେ ଶଗଡିକୁ ମେଲାଣି ଦେଇଥିଲେ । ସତ୍ୟବାଦୀ ପୋଲିସ କାଠ ଶଗଡି ଯିବା ସମୟରେ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି