ପୁର୍ବ ଶ୍ରତୁତାକୁ ନେଇ ଦୁଇ ପରିବାର ମଧ୍ୟମରେ ମାରପିଟ; ୩ ଗିରଫ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ଦଳିତ ବସ୍ତିରେ ଦୁଇ ପରିବାର ମଧ୍ୟରେ ପୂର୍ବ ଶ୍ରତୁତାକୁ କେନ୍ଦ୍ରକରି ମାରପିଟ ଘଟି ଦୁଇ ଜଣ ଆହତ ହୋଇଥିବା ସତ୍ୟବାଦୀ ଥାନା ସୁତ୍ରୁର ଜଣାପଡିଛି । ଏ ସମ୍ପର୍କରେ ଦୁଇ ପକ୍ଷ ଦୁଇଟି ଅଭିଯୋଗ କରିଛନ୍ତି । ବାସନ୍ତୀ ବେହେରାଙ୍କ ଅଭିଯୋଗ କ୍ରମେ ୧୯୧/ ୨୦ କେସ ରୁଜ କରାଯାଇ ପ୍ରକାଶ ଭୋଇ ଓ ସୁଶାନ୍ତ ଭୋଇଙ୍କୁ ଗିରଫ କରାଯାଇଛି । ସେହିପରି ସୁଶାନ୍ତ ଭୋଇଙ୍କ ଅଭିଯୋଗ କ୍ରମେ ୧୯୨/୨୦ରେ କେସରୁଜ କରାଯାଇ ବାସନ୍ତୀର ସ୍ୱାମୀ ସୁମନ୍ତ ଭୋଇଙ୍କୁ ସତ୍ୟବାଦୀ ଥାନା ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି