୪୭ଜଣ କୁକୁଡା ଚାଷୀଙ୍କୁ ମିଲିଲା କାର୍ଯ୍ୟାଦେଶ
ଡେଲାଙ୍ଗ ------ଡେଲାଙ୍ଗ ବ୍ଳକରେ ଫନି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା କୁକୁଡା ଚାଷୀ ମାନଙ୍କର । ମଙ୍ଗଳବାର ୯୨ ଜଣଙ୍କ ମଧ୍ୟରୁ ୪୭ ଜଣ ବଡ କୁକୁଡା ଚାଷୀଙ୍କୁ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଓଡିଶା ପଲଟ୍ରି ଫାର୍ମର୍ସ ଆସୋସିଏସନ ର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡାଙ୍କ କାର୍ଯ୍ୟ ଦେଶ ବଣ୍ଟନ କରାଯାଇଛି । ବିଶେଷ କରି ଆସୋସିଏସନ ପକ୍ଷରୁ ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ଦାବି କରାଯିବା ପରେ କୁକୁଡା ଚାଷୀ ମାନେ ଏହି ସଫଳତା ପାଇ ପାରିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ଏଥିଯୋଗୁ ଅନୁଷ୍ଠାନର କର୍ମକର୍ତ୍ତା ଙ୍କୁ କୁକୁଡା ଚାଷୀ ମାନେ କୃତଜ୍ଞତା ଜଣାଇଛନ୍ତି । ଅନ୍ୟ ପକ୍ଷେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦିଆଯାଇଛି । ଏହି କାର୍ଯ୍ୟ ଦେଶ ପ୍ରଦାନ ସମୟରେ ଉପ ସଭାପତି ରମେଶ ପାଟ୍ଟଶାଣୀ, ଡେଲାଙ୍ଗ ଶାଖାର ସଭାପତି ଗୋପାଳ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ ପ୍ରଧାନଙ୍କ ସହ ଚାଷୀ ମାନେ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ସଂଘକୁ ଅଧିକ ମଜବୁତ କରିବା ପାଇଁ ସମ୍ପାଦକ ଶ୍ରୀ ପରିଡା ଉପସ୍ଥିତ ଥିବା ଚାଷୀ ମାନଙ୍କକୁ ନବେଦନ କରିଛନ୍ତି । ଅନ୍ୟ ପକ୍ଷେ ଏହି କାର୍ଯ୍ୟଦେଶ ଦେବା ପାଇଁ ପିପିଲି- ଡେଲାଙ୍ଗ ବ୍ଳକରେ ଚାଷୀ ମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି ବୋଲି ଅଭିଯୋଗ ମାନ ଆସୁଛି । ଏ ସମ୍ପର୍କରେ ବିଧବଧ ଭାବେ ତଦନ୍ତ କରାଯାଇ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘର ସମ୍ପାଦକ ଶ୍ରୀ ପରିଡା କହିଛନ୍ତି । ସୁଚନା ଯୋଗ୍ୟ ଯେ କଣାସ ବ୍ଳକରେ ପ୍ରଶୀ ଚିକିତ୍ସା ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଦୁନୀର୍ତି ନିବାରଣ ବିଭାଗ ଦ୍ୱାରା ଧରାପଡିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି