ଅଲାଡ଼ି ପଞ୍ଚାୟତ ରେ ଗୋଷ୍ଠୀ ସଂଘର୍ଷ
ଭଞ୍ଜନଗର -ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗ୍ରାମ ପଞ୍ଚାୟତ ରେ ଗୋଷ୍ଠୀ ସଂଘର୍ଷ ରେ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ହୋଉଥିବା ଜଣାପଡିଛି । ପୂର୍ଵ ଶତ୍ରୁତା ଓ ମଦ ବେପାର କୁ ନେଇ ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ତଦନ୍ତ ରୁ ପୋଲିସ ସୂଚନା ଦେଇଛି । ଅଲାଡ଼ି ଗ୍ରାମ ର ପୂର୍ଵତନ ସରପଞ୍ଚ ଦିଗାମ୍ବର ସସମଲ (ପିଣ୍ଟୁ )ଓ ବସନ୍ତ ଗୌଡ଼ ବାଇକ ଯୋଗେ ଭୁବନେଶ୍ୱର ରୁ ନିଜ ଗ୍ରାମକୁ ଫେରୁଥିଲେ । ବ ଗ୍ରାମ ମୁଣ୍ତରେ ଥିବା ଏକ କୁକୁଡ଼ା ଫାର୍ମ ନିକଟରେ ପୂର୍ଵ ରୁ ଯୋଜନା ମୁତାବକ ସୁଧୀର ପୋଲାଇ ଓ ଭଞ୍ଜ ଡାକୁଆ ଓ ସହଯୋଗି ମଧ୍ୟରେ କୌଣସି ବିଷୟ ନେଇ ତିକ୍ତତା ବଚସା ହୋଇଥିଲା । ଘଟଣା ଟି ଏତେ ବଢ଼ି ଯାଇଥିଲା ଜେ ମାର ପିଟ ପରେ ରକ୍ତାକ୍ତ ହୋଇ ଉଠିଥିଲେ । ତେବେ ଖବର ସଂଗ୍ରହ ସୁଦ୍ଧା ପିଣ୍ଟୁ ଓ ବସନ୍ତ ଗୁରୁତର ଅବସ୍ଥା ରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଦୁହିଁଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରିଛନ୍ତି । ସୁଧୀର ଓ ଭଞ୍ଜ ସ୍ଥାନୀୟ ମେଡିକାଲ ରେ ଚିକିତ୍ସା ହୋଇ ଥାନା ରେ ରଖା ଯାଇ ପୋଲିସ ପଚରା ଉଚରା କରୁଥିବା ସୂଚନା ମିଳିଛି । ଥାନାରେ ଉଭୟ ପକ୍ଷରୁ ଏତଲା ହୋଇ ନଥିବା ସୂଚନା ମିଳିଛି ।ଭଞ୍ଜନଗରରୁ ରବିନ୍ଦ୍ରପ୍ରଧାନ