Breaking News

ଡେଲାଙ୍ଗରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ

ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ପରିସରରେ ବିଜୁ ପଟ୍ଟନାୟକ ସଭାଗୃହ ପରିସରରେ ଏକ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଛି । ସମ୍ମାନିତ କାର୍ଯ୍ୟ ଆରମ୍ଭରୁ ବୀର ଯବାନ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡେଲାଙ୍ଗର ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ପକ୍ଷରୁ ଡେଲାଙ୍ଗ ବ୍ଳକର ସମସ୍ତ କାର୍ଯ୍ୟରତ ବୈଦ୍ୟୁତିକ ଏବଂ ପ୍ରିଣ୍ଟି ମିଡିଆ  ଗଣ ମାଧ୍ୟମର ସାମ୍ବାଦିକ ମାନଙ୍କ ସହିତ ବ୍ଳକ ଅଧ୍ୟକ୍ଷ, ଉପାଧ୍ୟକ୍ଷା , ପ୍ରଶାସନ ଅଧିକାରୀ , ମିଶନ ଶକ୍ତି ମହିଳା ସଂଘର ସମ୍ପାଦିକା, ଓ  ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଦୀଲିପ ଧାଉଡିଆ ଅନୁଷ୍ଠିତ ସମ୍ମାନିତ ସଭାରେ ସଭାପତିତ୍ୱ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ଗୀତାରାଣି ରଣଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବେଣୁଧର ମଙ୍ଗରାଜ,ଆଲୋକମୟ ହରିଚନ୍ଦନ ଓ ରବିନ୍ଦ୍ର କୁମାର ସାହୁ ସହଯୋଗ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts