Breaking News

କରୋନା ଆକ୍ରାନ୍ତଙ୍କ ପରିବାରର ସମ୍ପକୀୟଙ୍କୁ ଘରେ ଲୁଚାଇ ରଖିଥବାରୁ ନିଜେ ସାତଦିନ ସଂଗରୋଧରେ ରହିଲେ

ଡେଲାଙ୍ଗ ----  ସତ୍ୟବାଦୀ ବ୍ଳକର ଜଣେ କରୋନା ଆକ୍ରାନ୍ତଙ୍କ ସଦସ୍ୟଙ୍କୁ  ନିଜ ଘରେ ଲୁଚାଇ ରଖିଥବାର ଜଣାପଡିବା ପରେ ଏବେ ନିଜ ପରିବାର ସହିତ ସାତଦିନ ସଂଗରୋଧରେ ରହିଲେ । ସୁଚନା ଯୋଗ୍ୟ ଯେ ଡେଲାଙ୍ଗ ବ୍ଳକର ବରକେରା ଗ୍ରାମରେ ଏକ ପରିବାର ସତ୍ୟବାଦୀ ବ୍ଳକର ଜଣେ କରୋନା ଆକ୍ରାନ୍ତଙ୍କ ସଦସ୍ୟଙ୍କୁ  ନିଜ ଘରେ ଆଶ୍ରୟ ଦେଇଥିଲେ । ଏହା ଜଣାପଡିବା ପରେ ଗ୍ରାମରେ ଚାପ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଓ ଗ୍ରାମର ଶିକ୍ଷକ ମିଟୁ କିଶୋର ପ୍ରଧାନ ପ୍ରମୁଖ ସମସ୍ତଙ୍କୁ ବୁଝାସୁଝା କରିବା ସହ ଉକ୍ତ ପରିବାରର ସମସ୍ତ ସଦସ୍ୟ ନିଜ ଘରେ ସାତଦିନ ପାଇଁ ସଂଗରୋଧ ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଆସିଥିବା କରୋନା ଆକ୍ରାନ୍ତଙ୍କ ସଦସ୍ୟ ସାକ୍ଷୀଗୋପାଳ ନିଜ ଗ୍ରାମକୁ ଫେରି ଯାଇଥିଲେ ।  ପରେ ପରେ ମିଟୁ କିଶୋର ପ୍ରଧନାଙ୍କ ସହଯୋଗରେ ଗ୍ରାମର ଯୁବକ ମାନେ ଗ୍ରାମ ଦାଣ୍ଡ ବିଶୋଧନ କରିଥିବାର ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts