ଧାନ ଓଜନ ସମୟରେ ଯୁବ ଚାଷୀଙ୍କର ମୃତ୍ୟୁ
ଡେଲାଙ୍ଗ----- ଡେଲାଙ୍ଗ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ପ୍ରଦୀପ କୁମାର ସାମନ୍ତରାୟ (୪୫) ଧାନ ବିକ୍ରୟ କରିବା ପାଇଁ ମିଲରଙ୍କ ଗୋଦାମକୁ ଯାଇଥିଲେ । ସେଠାରେ ଧାନ ଓଜନ ଚାଲିଥିବା ବେଳେ ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଲୋକମାନେ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଏକ ବେ ସରକାରୀ କ୍ଲିନିକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ହୃଦ ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଗ୍ରାମ ଶସ୍ମାନରେ ଅନ୍ତିମ ସଂସ୍କାର କରାଯାଇଛି । ଖବର ପାଇ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଯୁବ ସାମାଜିକ କର୍ମୀ ସ୍ୱଦେଶ ରଞ୍ଜନ ସିଂ ଶୋକ ସନ୍ତପ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ତୁରନ୍ତ ମୃତ୍ୟୁ ଯୁବ ଚାଷୀ ପରିବାରଙ୍କୁ ସହକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି