ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ
କନ୍ଧମାଳ---ବାଲିଗୁଡା ବ୍ଲକ ବୁଡୁରିକିଆ ପଞ୍ଚାୟତର ବାଲିସୁଗା ଗ୍ରାମ ର ନରସିଂହ ମଳିକ ଙ୍କ ପୁଅ ସଂଗ୍ରାମ ମଳିକ ବୟସ ୧୦ ବର୍ଷ । ସେ ନିରୀହ ଆଦିବାସୀ ବ୍ୟକ୍ତି ଅଟନ୍ତି । ପୁଅ ର ଦୁଃଖ ରେ ସେ ଭାଙ୍ଗି ପଡିଛନ୍ତି ବାପା ସଂଗ୍ରାମ । ତାଙ୍କ ପୁଅ ର ପାଟି ରେ ବଡ ଧରଣ ର ଗୁଳା ଟିଏ ହୋଇଛି । ଯାହା ଦ୍ୱରା କି ଖାଇବାରେ କଷ୍ଟ ଅନୁଭବ କରୁଛି । ତାଙ୍କର ଅର୍ଥ ଅଭାବରୁ ବଡ ମେଡିକାଲ ରେ ଦେଖେଇ ପାରୁନାହାନ୍ତି । ସେ ଦିନ ମଜୁରୀଆ କରି ଚଳନ୍ତି । ସେଥିରେ ତାଙ୍କର ଚୁଲି ଜଳେ। ଏପଟେ ପିଲା ର ଦୁଃଖ ରେ ସେ ଭାଙ୍ଗି ପଡିଛନ୍ତି । ଏପଟେ ପିଲା ଟି ପଞ୍ଚମ କ୍ଲାସ ରେ ପଢେ ତାଙ୍କର ଏହି ପରି ହେବା ଦ୍ୱରା ସ୍କୁଲ କୁ ଯିବା ବନ୍ଦ ହୋଇ ଯାଇଛି । ଏହା ପାଇଁ ପିଲା ର ଭବିଷ୍ୟତ ଅନ୍ଧାର ହୋଇ ଯାଇଛି ବୋଲି ତାଙ୍କ ବାପା କହିଛନ୍ତି । ସେ ଜିଲ୍ଲା ପ୍ରଶାସନ ଙ୍କ ଆଗରେ ଅନୁରୋଧ କରୁଛନ୍ତି କି ତାଙ୍କର ପୁଅ ର ଚିକିତ୍ସା କରିବା ପାଇଁ ନିବେଦନ କରିଛନ୍ତି । ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଏ ପିଲା ଉପରେ କେବେ ନଜର ପଡିବ । ପିଲାର ମୁହଁ ରେ କେବେ ଫୁଟିବ ହସ ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା