ରଘୁନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୁଜା ଅନୁଷ୍ଠିତ
ଡେଲାଙ୍ଗ ------- ଡେଲାଙ୍ଗ ବ୍ଳକର ଖେଲଉର ପଞ୍ଚାୟତର ଯୁବକ ମାନଙ୍କ ଦ୍ୱାରା ରଘୁନାଥ ମନ୍ଦିର ନିର୍ମାଣ ପାଇଁ ସୋମବାର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । ଖେଲଉର ରାମଲିଳା ମେଳଣ ପଡିଆରେ ଦିର୍ଘ ୨୦ବର୍ଷ ତଳୁ ମନ୍ଦିର ନିର୍ମାଣ ପାଇଁ ଶୂଭ ଦିଆଯାଇଥିବା ବେଳେ କେତେକ କାରଣ ନେଇ ନିର୍ମାଣ କରିବା ସମ୍ଭବପର ହୋଇନଥିଲା । ଗ୍ରାମର କିଛି ଯୁବକ ମନ୍ଦିର ନିର୍ମାଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପଣ୍ଡିତ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ କର୍ତ୍ତାଭାବେ କୈଳାସ ପ୍ରଧାନ ଏହି ଭୁମିପୁଜା କାର୍ଯ୍ୟ ସମ୍ପାଦାନ କରିଥିଲେ । ବସନ୍ତ ମୁଦୁଲି,ଅନାଙ୍ଗ କେଶରୀ ଶ୍ରୀଚନ୍ଦନ,ପ୍ରିୟରଞ୍ଜନ ସାମନ୍ତରାୟ,ଧନଞ୍ଜୟ ପାଟଶାଣି,ଦୀପକ ମହାପାତ୍ର,ତୁଷାର ରଞ୍ଜନ ବଳିଆରସିଂହ,ରାଜକିଶୋର ନାୟକ,ଦିବାକର ମୁଦୁଲି, ସୂର୍ଯ୍ୟକାନ୍ତ ହରିଚନ୍ଦନ,ନିଶାନ୍ତ ମଙ୍ଗାରାଜ ଓ ନିରଞ୍ଜନ ପ୍ରଧାନ ଙ୍କ ସହଯୋଗରେ ବିଶ୍ୱମହାମାରୀ କରୋନା ପାଇଁ ସାମାଜିକ ଦୁରତା ବଜାୟ ରକ୍ଷାକରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି