ରୂପଦେଇପୁର ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା; ହାତୀବେଶରେ ଦର୍ଶନ ଦେଲେ
ପିପିଲି-- ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ସମ୍ପର୍କଥିବା ବା ନୀତିକାନ୍ତି ସହିତ ଜଡିତ ଥିବା ପିପିଲି ବ୍ଳକର ରୂପଦେଇପୁର ଗ୍ରାମରେ ଥିବା ବହୁ ପୁରାତନ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପର୍ବ ପାଳିତ ହୋଇଯାଇଛି । ପ୍ରାତଃ ସକାଳୁ ଠାକୁରଙ୍କ ଦେବନୀତି ସରିବା ପରେ ଚତୁଦ୍ଦାମୂତ୍ତିଙ୍କୁ ଖେଚୁଡି ଭୋଗ କରାଯାଇଥିଲା । ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ସ୍ନାନମଣ୍ଡପ ଶୋଧ ଓ ପ୍ରତିଷ୍ଠା କରାଯିବା ପରେ ମଧ୍ୟାହ୍ନରେ ଠାକୁର ମାନଙ୍କୁ ସେବାୟତ ମାନେ ଗୋଟି ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ବିଜେ କରାଇଥିଲେ । ଏହି ସମୟରେ ତ୍ରାସ, ଛତ୍ରି, ବିଞ୍ଚଣା, ଘଣ୍ଟ, ଘଣ୍ଟି, ମାଦଳବାଦ୍ୟ, ବୀରକାହାଳୀ ସହିତ ଓଡିଶୀନୃତ୍ୟ କରାଯାଇଥିଲା । ପୁଣ୍ୟତୋୟା ଭାର୍ଗବୀ ନଦୀରୁ ୫୮ଟି ସୁବାସିତ କଳସ ଜଳ ସଂଗ୍ରହ କରାଯାଇ ସ୍ତୋତିୟ ବାହ୍ମଣ ମାନଙ୍କ ଦ୍ୱାରା ଜଳକଳସିକୁ ଅଭିମନ୍ତିତ କରାଯାଇଥିଲା । ପୃଥକ ପୃଥକ ଭାବରେ ସେବାୟତ ମାନେ ଚତୁଦ୍ଦାମୂର୍ତ୍ତିଙ୍କୁ ସ୍ନାନ କରାଇଥିଲେ । ଏହାପରେ ଠାକୁର ମାନଙ୍କୁ ନୂତନବସ୍ତ୍ର ତୁଳସୀ, ଫୁଲ,ଦ୍ୱୀପ, ଧୂପ, ଚନ୍ଦନ ଓ ଟାହିଆ ଲାଗି କରାଯିବା ପରେ ନୈବେଦ୍ୟ, ଆଳତୀ ଓ ଉପଚାର ନୀତି ସଂର୍ପନ ହୋଇଥିଲା । ପରେ ପରେ ଠାକୁର ମାନଙ୍କୁ ହାତୀ ବେଶରେ ସଜାଇ ଦିଆଯାଇଥିଲା । ବିଳମ୍ବିତ ରାତ୍ରରେ ଠାକୁରଙ୍କୁ ଅଧରପଣା ଲାଗି କରାଯିବ । ମାତ୍ର ଏ ବର୍ଷ କରୋନା ଯୋଗୁ ସବୁ ଫିକା ପଡି ଯାଇଛି । କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା ।
ପିପିଲିରୁ ବିଜୟ କୁମାର ମହାପାତ୍ର
ପିପିଲିରୁ ବିଜୟ କୁମାର ମହାପାତ୍ର