Breaking News

ଫଣି ତାଲିକାରେ ସାମିଲ କରିବା ଦାବିରେ ବିକ୍ଷୋଭ ଧାରଣା ଅଷ୍ଟମ ଦିନରେ ପହଞ୍ଚିଲା ; ଆତ୍ମହୁତିରୁ ଓହରିଲେ ଶ୍ରୀ ମହାପାତ୍ର

ସାକ୍ଷୀଗୋପାଳ  -----ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନର ଆବାହକ ଗୋବିନ୍ଦ୍ର ମହାପାତ୍ର ଆତ୍ମାହୁତିରୁ ଓହରିଲେ ବୋଲି ଘୋଷଣା କରିଛନ୍ତି । ଫନିରେ କ୍ଷତିଗସ୍ତ ପରିବାର ଚିହ୍ନଟ ତାଲିକା  ସଠିକ ପ୍ରସ୍ତୁତି ହୋଇ  ନାହିଁ, ଧାନ ମଣ୍ଡି ଖୋଲୁନାହିଁ, ଫନିରେ ନଡିଆ ଗଛ ଭାଙ୍ଗିଥିଲେ ବି କ୍ଷତି ପୂରଣ ମିଳୁନାହିଁ,  ସେହିପରି ଫନି ବାତ୍ୟାରେ ମୁଗ , ବିରି ନଷ୍ଟ ହୋଇଥିବା ଅର୍ଥ ମିଳୁନାହିଁ ଆଦି ୬ ଦଫା ଦାବୀରେ ୨୫ ତାରିଖରୁ  ସାକ୍ଷୀଗୋପାଳ ଓଭର ବ୍ରିଜ ତଳେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା, ବିକ୍ଷୋଭ  ଅଷ୍ଟମ ଦିନରେ ପହଞ୍ଚିଛି ।   ସୋମବାର ସୂର୍ଯ୍ୟ ଅସ୍ତ ହେବା ମଧ୍ୟରେ ଯଦି କୌଣସି ବିଚାର ନ କରାଯାଏ ତା ହେଲେ ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନର ଆବାହକ ଗୋବିନ୍ଦ୍ର ମହାପାତ୍ର ଆତ୍ମାହୁତି ଦେବେ ବୋଲି ଘୋଷଣା କରିଥିଲେ ।  ସୋମବାର ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଓ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ସହିତ ଧାରଣା ଦେଇଥିବା ସ୍ଥଳରୁ ୧୦ ମହିଳା ପୁରଷ ଥାନା ପରିସରରେ ଆଲେଚନା କରାଯାଇଥିଲା । ଫଣିକ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ,ମଙ୍ଗୁ ସେନାପତି, ପାଇଛ ପରିଡା, ପାର୍ବତୀ ଦେଇ, ରିନା ମଲିକ, ଚନ୍ଦ୍ରମା ଦେଇ, ବିଷ୍ଣପିୟା ରଥ, ମୋହନ ପ୍ରଧାନ, ମଞ୍ଜୁଲତା ପ୍ରଧାନ, ଗୋପାଳ ଚନ୍ଦ୍ର ସାହୁ ୬ ଦଫା ଦାବୀ ସମ୍ପର୍କରେ ଆଲେଚନା କରିଥିଲେ ।  ବିଶେଷ କରି ଡିସେମ୍ବର ମାସରେ ଅଭିଯୋଗ କରିଥିବା ଦରଖାସ୍ତ ଗୁଡିକ ତଦନ୍ତ ସରିଛି ବହୁ ଶିଘ୍ର ସେମାନଙ୍କ ଆକଉଣ୍ଟକୁ ଟଙ୍କା ଯିବ , ଧନମଣ୍ଡି ଖୋଲିବାର ବ୍ୟବସ୍ଥା କରାଯିବ,  ମୁଗ, ବିରି ଫନିରେ କ୍ଷତି ହୋଇଛି ସେମାନଙ୍କୁ କ୍ଷତି ପୁରଣ ଦିଆଯିବ ବୋଲି ତହସିଲଦାର କହିଥିଲେ ।  ଶେଷରେ  ଥାନା ଆଇଆଇସି ଓ ସତ୍ୟବାଦୀ ତହସିଲଦାର ଧାରଣା ସ୍ଥଳରେ ପହଞ୍ଚି ସମସ୍ତ ଦାବି ସମ୍ପର୍କରେ ଆଲେଚନା କରିବା ସହ ୧୫ ଦିନ ମଧ୍ୟରେ ଫନି ବାତ୍ୟା କ୍ଷତିପୁରଣ ଦିଆଯିବ ଓ ଅନ୍ୟ ଦାବି ସମ୍ପର୍କେ ଅଧିକାରୀ ମାନଙ୍କ ସହ ଆଲେଚନା କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏହା ପରେ ଆତ୍ମହୁତି ଦେଇଥିବା ଡାକରାରୁ ଓହରିଥିଲେ ମଧ୍ୟ ଧାରଣା ଚାଲିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଧାରଣା ସ୍ଥଳରେ ପୋଲିସ ଫୋର୍ସ ସହିତ ଅଗ୍ନିଶମ, ଡାକ୍ତର ଉପସ୍ଥିତ ରହିଥିଲେ ।  ଅନ୍ୟ ପକ୍ଷେ କୋଭିଡ-୧୯ ଆଇନକୁ କେହି ମାନିନଥିଲେ ।  ଅଧିକାଂଶ ଲୋକ ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୂରତା ରକ୍ଷା କରିନଥିଲେ , ସର୍ବସାଧାରଣରେ ଛେପ ପକାଇଥିଲେ । ଯାହାକି କରୋନା ବ୍ୟାପିବା ପାଇଁ ଏକ ମାଧ୍ୟମ ବୋଲି ଲୋକମାନେ ଆଲେଚନା କରୁଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts