୩୦୨ ଜଣ ପ୍ରବାସୀ ଓଡିଆ ଘରକୁ ଫେରିଲେ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକରେ ୪୬୯ ଜଣ ପ୍ରବାସୀ ଓଡିଆ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ସଗଂରୋଧ ଗୃହରେ ରହିଥିଲେ । ସୋମବାର ଦିନ ଅପରାହ୍ନ ସୁଦ୍ଧା ୩୦୨ ଜଣ ନିଜ ନିଜ ଘରକୁ ଫେରିଛନ୍ତି ବୋଲି ଏବିଡିଓ ପ୍ରଦୀପ୍ତ କୁମାର ନାୟକଙ୍କ ଠାରୁ ସୁଚନା ମିଳିଛି । ଏଠାରୁ ଗଲା ପରେ ସାତଦିନ ନିଜ ନିଜ ଘରେ ସଂଗରୋଧ ଗୃହରେ ରହିବା ପାଇଁ ସ୍ଥାନୀୟ ସରପଞ୍ଚ ମାନେ ସେମାନଙ୍କୁ ପରମାର୍ଶ ଦେଇଛନ୍ତି । ପ୍ରବାସୀ ଓଡିଆ ମାନେ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲୁନାଡୁ, କେରଳ ଓ ଆନ୍ଦ୍ର ପ୍ରଦେଶ, କଲିକତା, ସୁରାଟ, ଗୁଜୁରାଟ,ଦୀଲ୍ଲୀ, ଉତ୍ତରପ୍ରଦେଶ ଆଦି ରାଜ୍ୟରୁ ଆସିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି