Breaking News

ଘୋରଡିଆ ଠାରୁ କଣାସ ରାସ୍ତା ଏବେ ମରଣଯନ୍ତ୍ରା ; ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଗ୍ରାମବାସୀ

ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର  ଘୋରଡିଆ ଠାରୁ କଣାସ କେନାଲ ରାସ୍ତାଏବେ ମରଣଯନ୍ତ୍ରା ପାଲଟିଛି । ଏହି ରାସ୍ତାକୁ ନେଇ ଗ୍ରାମବାସୀ ମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବିଶେଷ ସୁତ୍ରରୁ ଜଣାପଡିଛି ।  ଖୋର୍ଦ୍ଧା - ଡେଲାଙ୍ଗ ରାସ୍ତାର ତିରମଲ୍ଲ ବିଜ୍ର ଠାରୁ ଅଳ୍ପଦୁରରୁ  କଣାସ ମେନ କେନାଲ ବାହାରିଛି ।ୁ କଣାସ ବ୍ଳକର ଅଧିକାଂଶ  ଗ୍ରାମବାସୀ ମାନେ ଭୁବନେଶ୍ୱର, ଜଟଣୀ ଓ ଖୋର୍ଦ୍ଧ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।   ବିଶେଷ କରି ଘୋରଡିଆ ଠାରୁ କଣାସ ପର୍ଯ୍ୟନ୍ତ ପ୍ରାୟ ୧୨ କି,ମି ରାସ୍ତା ଡେଲାଙ୍ଗ ଓ କଣାସ ଜଳ ସେଚନ ବିଭାଗ ଅଧିନରେ ରହିଛି । ପ୍ରାୟ ୧୫ ବର୍ଷ ହେବ ଏହି ରାସ୍ତାରେ ମାଟି ଗାଣ୍ଡୁଆଟେ ପଡିନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ମାତ୍ର କେତେକ ଯାଗାରେ ନାଲି ମୋରମ ପକାଇ ନୂତନ କାମ କରିଥିବା ନେଇ ବିଲ ହୋଇଥିବା ଅଭିଯୋଗ ମାନ ହେଉଛି । ବିଭାଗୀୟ ଅଧିକାରୀଙ୍କୁ ଏ ବିସୟରେ ପଚାରିଲେ କେତେବେଳେ କହନ୍ତି ଟେଣ୍ଡର ହୋଇଛି, କେତେବେଳେ କହନ୍ତି କେହି ଟେଣ୍ଡର ପକାଉ ନାହାନ୍ତ. ପୁଣି କହନ୍ତି ବହୁ ଶିଘ୍ର କାମ ହେବ । ମାତ୍ର କହାକୁ କ’ଣ କହି ଦିନ ପରେ ଦିନ ବର୍ଷ ପରେ ବର୍ଷ ଗଡାଇ ଚାଲିଛନ୍ତି । ଏବେ ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡିଛି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ନିଜ ଆଖିରେ ନ ଦେଖିଲେ କେହି ବିଶ୍ୱାସ କରି ପାରିବେ ନାହିଁ ।  ପ୍ରତ୍ୟେକ ଦିନ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି ।  ଅନ୍ୟ ପକ୍ଷେ ଏହି ରାସ୍ତା କାମ ହୋଇଗଲେ ନେତା, ଚେଲା ଚାମୁଣ୍ଡାଙ୍କୁ ପୋସିବା କଷ୍ଟକର ହୋଇପଡିବ ବିଭାଗୀୟ ଅଧିକାରୀଙ୍କୁ । ଏଣୁ ଅଧିକାରୀ ମାନେ ଡେଲାଙ୍ଗ ବ୍ଳକରେ କିଛି ରାସ୍ତା ଘାଟ ରଖିଥାନ୍ତି ଯେଉଁଥିରେକି ପ୍ରତିବର୍ଷ କାମ କରାଯାଇଛି ବୋଲି ବିଲ କରାଯାଇଥାଏ ବୋଲି ଲୋକମାନେ କହନ୍ତି । ଏବେ  ଏହି ରାସ୍ତାକୁ ନେଇ ଡେଲାଙ୍ଗ ବ୍ଳକର ଶିଶୁଆପଡା, ବାଲିହୁଙ୍କା  ଗ୍ରାମବାସୀ ମାନେ  ରାସ୍ତା ଉପରକୁ ଓହ୍ଳାଇବା ପାଇଁ ସଜବାଜ ହେଉଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts