Breaking News

ଡେଲାଙ୍ଗରେ ବାଲି କପିଲେଶ୍ୱର ମନ୍ଦିର ଦବିଲା


ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତର ଆରଦା ଗ୍ରାମ ନିକଟରେ  ଥିବା ବାଲି କପିଲେଶ୍ୱର ମନ୍ଦିରଟି ସାମାନ୍ୟ ବର୍ଷାରେ ଦବି ଯାଇଛି ।  ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ମନ୍ଦିର ଗଡି ଉଠିଥିଲା । ସେଠାରେ ଏକ କମୁନିଟ ହଲ କରିବା ପାଇଁ  ବିଧାୟକ ତାଙ୍କ ଉନ୍ନୟନ ଫାଣ୍ଠିରୁ ୧ଲକ୍ଷ ୫୦ ହଜାରଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ଅଳ୍ପ ବର୍ଷା ହେବାରୁ  ସେଠାରେ ଥିବା ମନ୍ଦିର ଓ ପାଖ ପାଚେରୀ, ଘର ଦବି ଯାଇଥିବା ଜଣାପଡିଛି ।   ଯାହାକି ଗ୍ରାମବାସୀ ମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ସୁଚନା ଯୋଗ୍ୟ ଯେ ମନ୍ଦିର ପାଖରେ ଏକ ପୋଖରୀ ଥିବାରୁ ଏପରି ଘଟଣା ଘଟିଛି ବୋଲି ଜଣାପଡିଛି । ବର୍ତ୍ତମାନ ସେ ସ୍ଥାନକୁ ଯିବାକୁ ଗ୍ରାମବାସୀ ମାନଙ୍କୁ ବାରଣ କରାଯାଇଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts