Breaking News

ବିଶ୍ୱ ପରିବେଶ ଦିବସ ; ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ

ଡେଲାଙ୍ଗ ------  ଆଜି  ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ଓ ବିଶ୍ୱ ପରିବେଶ ଦିବସ  ଅବସରରେ ଡେଲାଙ୍ଗର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର  ପକ୍ଷରୁ ଚାରା ରୋପଣ କରାଯାଇଛି ।  ପ୍ରକୃତିବନ୍ଧୁ  ଦିଲ୍ଲିପ କୁମାର ଧାଉଡିଆଙ୍କ ନେତୃତ୍ୱରେ  ଘୋରଡିଆ ଜଳସେଚନ  ବିଭାଗ(ଡାକବଙ୍ଗଳା ) ପରସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ସାମାଜିକ ଜନ ଜାଗରଣ   ସୃଷ୍ଟି କରାଯାଇଥିଲା । ଏହି ଜନ ସଚେତନତା  ଅଭିଯାନରେ  ଜଳସେଚନ ବିଭାଗ (ଆଇ.ବି)ର ଓାର୍କ ସରକାର  ରାଧାଶ୍ୟାମ ରାଉତ ସହ  ପ୍ରକୃତି ପ୍ରେମୀ  ଆଲୋକମୟ ହରିଚନ୍ଦନ, ବେଣୁଧର ମଙ୍ଗରାଜ, ରବିନ୍ଦ୍ର କୁମାର ସାହୁ, ବାବୁରାମ ଦାସ ପ୍ରମୁଖ ସାମିଲ ହୋଇ ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ ଆହ୍ୱନ ଦେଇଥିôଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି   

Blog Archive

Popular Posts