Breaking News

ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

ଡେଲାଙ୍ଗ----- ଡେଲାଙ୍ଗ ବ୍ଳକରେ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏପରି ଏକ ଶିକ୍ଷା ଅନୁଷ୍ଠାନ ବିଦ୍ୟାଳୟ ଛୁଟିଥିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସମସ୍ତ ପର୍ବ ଓ ଜନ ଦିବସ ପାଳନ କରିଥାନ୍ତି । ଯାହାକି ପୁରୀ ଜିଲ୍ଲାରେ ଉକ୍ତ ବିଦ୍ୟାଳୟ ବେଶ ପରିଚିତ । ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପରିବେଶ ପ୍ରେମି ତଥା ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଡୀ, ଶିକ୍ଷକ ସୁଧିର କୁମାର ଜେନା, ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନଙ୍କ ସହିତ ବିଦ୍ୟାଳୟ ପୁରାତନ ଛାତ୍ର ମାନେ ଚାରା ରୋପଣ କରିଛନ୍ତି । କରୋନା ଯୋଗୁ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ରକ୍ଷା କରାଯାଇ ଏହି କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟାଳୟ ପରିସରରେ ଥିବା  ସତ୍ୟବାଦୀ ଯୁଗର ପଞ୍ଚସଖା ମଣ୍ଡପ ଆଗରେ ବଉଳ ଚାରା ରୋପଣ କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts