ପତିତପାବନ ଦେବଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଘୋରଡିଆ ଗାମର ପତିତପାବନ ଦେବଙ୍କ ସ୍ନାନ ଯାତ୍ରା ଅପରାହ୍ନରେ ଅନୁଷ୍ଠିିତ ହୋଇଯାଇଛି । ଠାକୁରଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ସେବାୟତ ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ନେଇଥିଲେ । ସେଠାରେ ସେବାୟତ ମାନେ ମହାପ୍ରଭଙ୍କୁ ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରାଇଥିଲେ । ଠକୁରଙ୍କୁ ନୂତନ ବସ୍ତ୍ର ପରିଧାନ , ତୁଳସୀ, ଟାହିଆ ଲାଗି କରାଯିବା ପରେ ହାତୀବେଶରେ ଠାକୁରଙ୍କୁ ସଜାଇ ବା ପରେ ସାହଣ ମେଳା ଦର୍ଶନ ଅନୁଷ୍ଠିତ ହୋଇଥିଲା । ମାତ୍ର କରୋନା ପାଇଁ ରୋକ ଲଗାଯାଇଛି । କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ସେହିପରି କଲ୍ୟାଣପୁର, ଜେନାପୁର ସହିତ ବିଭିନ୍ନ ମଠ ମାନଙ୍କରେ ଠାକୁରଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ